ରାଜ୍ୟରେ ୨୫୪ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫୪ ନୂଆ କୋରୋନା ପଜିଟିଭ । ଏମାନଙ୍କ ମଧ୍ୟରେ ୩୨ ଜଣ ୧୮ ବର୍ଷରୁ କମ ବୟସ୍କ । ସଙ୍ଗରୋଧରୁ ୧୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବାଲେଶ୍ବର ଜିଲ୍ଲାରୁ ୨, ବରଗଡ଼ରୁ ୩, ,ବଲାଙ୍ଗିରରୁ ୧୧, ଭଦ୍ରକରୁ ୩, କଟକରୁ ୨୭, ଦେବଗଡ଼ରୁ ୧ , ଗଞ୍ଜାମରୁ ୬, ଜଗତସିଂହପୁରରୁ ୫, ଯାଜପୁରରୁ ୫ , ଝାରସୁଗୁଡ଼ାରୁ ୨ , କଳାହାଣ୍ଡିରୁ ୧୧ , କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୧, ଖୋର୍ଦ୍ଧାରୁ ୫୫, କୋରାପୁଟରୁ ୪ , ମୟୂରଭଞ୍ଜରୁ ୮ , ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୧୨ , ନୂଆପଡ଼ାରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲାରୁ ୮ , ରାୟଗଡ଼ାରୁ ୪ , ସମ୍ବଲପୁରରୁ ୧୭ , ସୋନପୁରରୁ ୨, ସୁନ୍ଦରଗଡ଼ରୁ ୩୦ ଓ ଷ୍ଟେଟ ପୁଲରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ସକ୍ରିୟ ମାମଲା ୧ ହଜାର ୬ଶହ ୯୧ ରହିଛି।

Comments are closed.