ନକଲି ଔଷଧ କାରବାର ଅଭିଯୋଗରେ ଆଜି ଭୁବନେଶ୍ୱରରେ ଚଢାଉ

ଭୁବନେଶ୍ବର – ନକଲି ଔଷଧ କାରବାର ଅଭିଯୋଗ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି । ଡ୍ରଗ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି । ଔଷଧର ନକଲି ବ୍ରାଣ୍ଡ କରି ବିକ୍ରି କରାଯାଉଥିବା ଖବର ମିଳିବା ପରେ କଟକ ସହରର ମଙ୍ଗଳାବାଗ ଓ ବାଦାମବାଡ଼ି ସମେତ ଖୋର୍ଦ୍ଧା ପରେ ଆଜି ଭୁବନେଶ୍ବରରେ ଚଢାଉ କରାଯାଇଛି । କଟକ ଓ ଖୋର୍ଦ୍ଧାରେ ନକଲି ଔଷଧ ପ୍ରସ୍ତୁତିକୁ ନେଇ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଲଗାତର ଭାବରେ ଚଢ଼ାଉ କରାଯାଉଛି । ରକ୍ତଚାପ ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ଟେଲମା – ୪୦ ଓ ଟେଲମା ଏ.ଏମ ଔଷଧର ନକଲି ବ୍ରାଣ୍ଡ କରି ବିକ୍ରି କରାଯାଉଥିବା ଖବର ମିଳିଥିଲା ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଏଗୁଡିକ ଲ୍ୟାବକୁ ପଠାଯାଉଛି । ଯଦି ନକଲି ଔଷଧ ବୋଲି ପ୍ରମାଣିତ ହୁଏ ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଆଗକୁ ଆବଶ୍ୟକ ପଡ଼ିଲେ ପୋଲିସ ଓ ସିବିଆଇର ମଧ୍ୟ ସାହାଯ୍ୟ ନିଆଯିବ । ତେବେ ଏହାର ଚେର କେଉଁଆଡେ ଲମ୍ବିଛି ସେନେଇ ଖୋଳତାଡ କରିବା ସହ ତଦନ୍ତ ଜାରି ରଖିଛି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ । ଯେଉଁମାନେ ବି ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.