ଓସିଏସ -୨୦୨୦ ଲିଖିତ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର – ଓଡିଶା ଲୋକସେବା ଆୟୋଗ-ଓପିଏସସି ପକ୍ଷରୁ ଓଡିଶା ପ୍ରାଶାସନିକ ସେବା-ଓସିଏସ ୨୦୨୦ ମେନ୍ ପରୀକ୍ଷାର ଲିଖିତ ପରୀକ୍ଷା ଫଳ ଘୋଷଣା କରାଯାଇଛି। ମୋଟ ୭୮୫ ପରିକ୍ଷାର୍ଥୀ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୮୭ ହେଉଛନ୍ତି ମହିଳା। ଏ ବର୍ଷ ଜାନୁଆରୀ ୨୦ ଓ ଫେବ୍ରୁଆରୀ ୮ ତାରିଖ ମଧ୍ୟରେ ଓସିଏସ ମେନ୍ ଲିଖିତ ପରୀକ୍ଷା ହୋଇଥିଲା। ଲିଖିତ ପରୀକ୍ଷାରେ ପାସ କରିଥିବା ପରିକ୍ଷାର୍ଥୀଙ୍କ କାଗଜପତ୍ର ଯାଞ୍ଚ ଓ ପର୍ସନାଲିଟି ଟେଷ୍ଟ ଏହିମାସ ୧୯ ତାରିଖରୁ ଆରମ୍ଭ ହେବ । ଆୟୋଗର କଟକ ସ୍ଥିତ କାର୍ଯ୍ୟାଳୟରେ ପର୍ସନାଲିଟି ଟେଷ୍ଟ ହେବ । ଏ ନେଇ ବିସ୍ତୃତ ସୂଚୀ ଖୁବ ଶୀଘ୍ର ପ୍ରକାଶ ପାଇବ ।

Comments are closed.