ବିପୁଳ ପରିମାଣର କଫସିରପ୍ ଜବତ: ୨ ଗିରଫ

ବରଗଡ଼: ବରଗଡ଼ ପୁଲିସ ବିପୁଳ ପରିମାଣର କଫସିରପ ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି ।

ସୂଚନା ମତେ ବରଗଡ଼ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ତୋରା ଲାଇନରୁ ବରଗଡ଼ ଟାଉନକୁ ଆସୁଥିବା ଏକ ଅଟୋ ରିକ୍ସାକୁ ତନଖି କରିଥିଲା । ଅଟୋରୁ ଚାଲାଣ ୮ ଶହ ବୋତଲ କଫସିରପ୍ ବୋଝେଇ ହୋଇଥିବା ପୁଲିସ ଜାଣିବାକୁ ପାଇ ଅଟୋକୁ ଟାଉନ ଥାନାକୁ ଆଣି ପଚରା ଉଚରା କରିବା ସହ ଅଭିଯୁକ୍ତ ସହଁରାପାଲିର ଦିଲୀପ ଦୀପ ଓ ଟାଙ୍ଗରପଡ଼ାର ପ୍ରଭାତ ବାଗ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏହା ସହ କଫସିରପ ବୋଝେଇ ହୋଇଥିବା ଅଟୋ ରିକ୍ସା, ଏକ ସ୍କୁଟି, ତିନି ହଜାର ନଗଦ ଟଙ୍କା ସହ ମୋବାଇ ଫୋନ ଜବତ କରାଯାଇଥିବା ଟାଉନ ଥାନା ଅଧିକାରୀ ସତ୍ୟଜିତ୍ ଖାଣ୍ଡେଲକର ସୂଚନା ଦେଇଛନ୍ତି । ଚଢ଼ାଉରେ ଇନ୍ସପେକ୍ଟର ମାନସ ଭୋଇଙ୍କ ନେତୃତ୍ବରେ ଏସିଆଇ ସୁଶାନ୍ତ ସାହୁ,ଏଏସଆଇ ଆର ଏନ୍ ତ୍ରିପାଠୀ ସାମିଲ ଥିଲେ ।

Comments are closed.