ରାଜ୍ୟରେ ଦୈନିକ କୋରୋନା ମାମଲା ୨ ଶହରୁ ତଳେ, ୧୯୪ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ବର – ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।୧୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୭୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୨ ଜଣ ବର୍ଷରୁ କମ୍ ବୟସ୍କ ଅଛନ୍ତି।

ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ବରରୁ ୧, ବଲାଙ୍ଗୀରରୁ ୧୧ , କଟକରୁ ୩୩ , ଦେବଗଡ଼ରୁ ୩ , ଗଞ୍ଜାମରୁ ୧, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୩ , କଳାହାଣ୍ଡି ଜିଲ୍ଲାରୁ ୧୬ , କନ୍ଧମାଳରୁ ୩ , କେନ୍ଦ୍ରାପଡ଼ାରୁ ୧ , କେନ୍ଦୁଝରରୁ ୧ , ଖୋର୍ଦ୍ଧା ଜିଲ୍ଲାରୁ ୪୦ , କୋରାପୁଟରୁ ୩, ମୟୂରଭଞ୍ଜରୁ ୨ , ନବରଙ୍ଗପୁରରୁ ୧୧, ନୟାଗଡ଼ ଜିଲ୍ଲାରୁ ୬, ନୂଆପଡ଼ାରୁ ୧୧ , ପୁରୀରୁ ୪ , ରାୟଗଡ଼ାରୁ ୨ , ସମ୍ବଲପୁରରୁ ୯ , ସୋନପୁରରୁ ୪ , ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟପୁଲରୁ ୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୧ ହଜାର ୮୧୭ ସକ୍ରିୟ ମାମଲା ରହିଛି।

Comments are closed.