ଦୁଇ ବର୍ଷ ପରେ ରାଜଧାନୀରେ ହେବ କଟକଣାମୁକ୍ତ ପୂଜା, ବିଭିନ୍ନ ବିଭାଗ ସହ ବିଏମସିର ସମନ୍ୱୟ ବୈଠକ

ଭୁବନେଶ୍ୱର -ଦୁଇ ବର୍ଷ ପରେ ରାଜଧାନୀରେ ଏଥର କୋରୋନା କଟକଣାମୁକ୍ତ ଦୁର୍ଗା ପୂଜା ହେବ । ଏ ବର୍ଷ ରାଜଧାନୀରେ ୧୭୮ଟି ଦୁର୍ଗା ମେଢ଼ ହେଉଛି । ଶାନ୍ତି ଶୃଙ୍ଖଳାର ସହ ପୂଜା ପାଇଁ ବିଭିନ୍ନ ବିଭାଗ ସହ ବିଏମ୍‌ସିର ସମନ୍ୱୟ ବୈଠକରେ ଆଲୋଚନା ହୋଇଛି । ଲାଇଟ୍, ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ଆଇନ ଶୃଙ୍ଖଳା ବଜାୟ ଉପରେ ଗୁରୁତ୍ୱ ଦିଆଯାଇଛି । ଭସାଣି ପାଇଁ ଅସ୍ଥାୟୀ ବିସର୍ଜନ ପୋଖରୀ କରାଯିବ । ମେଳାରେ ଖାଦ୍ୟର ମାନ ପରଖିବେ ୭ ଫୁଡ୍ ଇନ୍ସପେକ୍ଟର ।

Comments are closed.