ଜ୍ଞାନବାପୀ ବିବାଦ ଶୁଣାଣି ଯୋଗ୍ୟ ମାମଲା: ବାରାଣସୀ କୋର୍ଟ

ବାରାଣସୀ- ଜ୍ଞାନବାପୀ ମସଜିଦ ବିବାଦରେ କୋର୍ଟ ହିନ୍ଦୁ ପକ୍ଷ ସପକ୍ଷରେ କୋର୍ଟ ଫଇସଲା ଶୁଣାଇଛନ୍ତି । ବାରାଣସୀ ଜିଲ୍ଲା କୋର୍ଟ କହିଛନ୍ତି, ଜ୍ଞାନବାପୀ-ଶୃଙ୍ଗାର ଗୌରୀ ଶୁଣାଣି ଯୋଗ୍ୟ ମାମଲା । ମାମଲାର ଶୁଣାଣି ସେପ୍ଟେମ୍ବର ୨୨ରେ ହେବ। ମୁସଲିମ ପକ୍ଷର ଆବେଦନ ଖାରଜ କରିଦେଇଛନ୍ତି କୋର୍ଟ। ମସଜିଦ ଭିତରେ ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି ରହିଛି । ତେଣୁ ସେଠାରେ ପୂଜାର୍ଚ୍ଚନା ପାଇଁ ହିନ୍ଦୁମାନଙ୍କୁ ଅନୁମତି ଦିଆଯାଉ ବୋଲି ଗତବର୍ଷ ୫ ଜଣ ମହିଳା କୋର୍ଟରେ ଆବେଦନ କରିଥିଲେ। ଏ ବର୍ଷ ମେ ମାସରେ ଜ୍ଞାନବାପୀ ମସଜିଦ ପରିସରରେ କୋର୍ଟଙ୍କ ନିର୍ଦ୍ଦେଶନାରେ ଭିଡିଓଗ୍ରାଫି କରାଯାଇଥିଲା। ପରେ ଏ ସଂପର୍କିତ ରିପୋର୍ଟ କୋର୍ଟରେ ଦାଖଲ କରାଯାଇଥିଲା।

Comments are closed.