ସିକନ୍ଦରାବାଦ ଫାୟାର ଟ୍ରାଜେଡି ନେଇ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ଵର – ତେଲେଙ୍ଗାନାର ସିକନ୍ଦରାବାଦରେ ଅଗ୍ନିକାଣ୍ଡରେ ଜୀବନ ହାନି ଘଟିଥିବାରୁ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସେ ସମବେଦନା ପ୍ରକାଶ କରିବା ସହ ଆହତଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ସିକନ୍ଦରାବାଦରେ ଏକ ଇଲେକ୍ଟ୍ରିକ୍ ବାଇକ୍ ଶୋ’ରୁମରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି । ସିକନ୍ଦରାବାଦର ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି।

Comments are closed.