ଟ୍ରକ ଲୁଟେରା ଗ୍ୟାଙ୍ଗର ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଯାଜପୁର – ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ୯ଜଣିଆ ଟ୍ରକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି । ଏଥିସହ ସେମାନଙ୍କଠାରୁ ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି। ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ସଙ୍ଗୁଡ଼ା ଗାଁର ମଣ୍ଟୁ ଓରଫ ଅଶ୍ବଜିତ ରାଉତ, ମହମ୍ମଦ ଆବୁ ନାଜର ଓରଫ ଜୁମା, ଧର୍ମଶାଳା ଥାନା ଭାଡଙ୍ଗା ଗାଁର ବିକୁରାମ ନାୟକ ଓରଫ କାଳିଆ, ନେଉଳପୁର ଗାଁର ରମେଶ ପରିଡ଼ା ବଡ଼ଚଣା ଥାନା କୋସାଳିପୁର ଗାଁର ସୌମ୍ୟଶ୍ରୀ ଜେନା ଓରଫ ସୋନୁ, ବାଲିଚନ୍ଦ୍ରପୁର ଥାନା ମାହିପୁର ଗାଁର ବିଶ୍ବଜିତ ସାମଲ ଓରଫ ଟିକୁନ, ବିହାରର ଗୁଡୁ ଠାକୁର , ପଶ୍ଚିମବଙ୍ଗର ଅଜୟ କୁମାର ସ’ ଓ ସିରଠି ଅଂଚଳର ରାଜା ଓରଫ ଅବିନିତ ସ । ପୁଲିସ କହିଛି ଯେ, ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଗ୍ୟାଙ୍ଗର ଚେର ରାଞ୍ଚି ଓ କୋଲକାତା ଯାଏଁ ଲମ୍ବିଛି ବୋଲି ଯାଜପୁର ଡିଏସ୍‌ପି ପ୍ରମୋଦ ମଲ୍ଲିକ ପ୍ରେସମିଟରେ ସୂଚନା ଦେଇଛନ୍ତି।

Comments are closed.