ଅମାବାସ୍ୟାରେ ଜନ୍ମ ହେବା ଶୁଭ ନା ଅଶୁଭ,ଆସନ୍ତୁ ଜାଣିବା ଏହାର ପ୍ରକୃତ ରହସ୍ୟ

ଅମାବାସ୍ୟାରେ ଜନ୍ମ ହେବା ଶୁଭ ନା ଅଶୁଭ ଏହି କଥାକୁ ନେଇ ଆମ ମାନଙ୍କ ମଧ୍ୟରେ ରହିଛି ଅନେକ ବିତର୍କ। କଣ ରହିଛି ଏହାର ବାସ୍ତବିକ ବିଚାର ଆସନ୍ତୁ ଜାଣିବା। ତେବେ ଅନେକ ଲୋକ ଏପରି କହି ଥାଆନ୍ତି କି ଯେଉଁ ବ୍ୟକ୍ତି ଅମାବାସ୍ୟା ଦିନ ଜନ୍ମ ହୋଇଥାଏ ସେହିବ୍ୟକ୍ତି ଅଶୁଭ ହୋଇ ଥାଏ। ଅନେକ ଲୋକ ଏହି କାରଣରୁ ଅମାବାସ୍ୟା ଦିନ ଜନ୍ମିତ ଅନେକ ପିଲାଙ୍କୁ ଘୃଣା ମଧ୍ୟ କରି ଥାଆନ୍ତି। ତେବେ ଏହା ଶୁଭ ହୋଇଥାଏ ନା ଅଶୁଭ ହୋଇଥାଏ ଏହା ସମ୍ପର୍କରେ ବର୍ତ୍ତମାନ ଭଲ ଭାବରେ ଆଲୋଚନା କରିବା। ଏହା ସହିତ କେଉଁ ଅମାବାସ୍ୟାକୁ କେଉଁ ନାମରେ କୁହାଯାଇ ଥାଏ ଆମେ ଏ ସମ୍ପର୍କରେ ମଧ୍ୟ ଆଲୋଚନା କରିବା।

ଅମାବାସ୍ୟା ସାଧାରଣ ଭାବରେ ଏକବର୍ଷ ଭିତରେ ୧୨ ଥର ପଡ଼ିଥାଏ। ଏହା ସହିତ ଏହି ଅମାବାସ୍ୟା ପ୍ରଭାବରେ ଜୀବନରେ ଅନେକ କିଛି ପରିବର୍ତ୍ତନ ମଧ୍ୟ ହୋଇଥାଏ ବୋଲି କୁହା ଯାଇଥାଏ। ଏହା ସହିତ ଏପରି କୁହା ଯାଇଥାଏ କି ଯେଉଁ ବ୍ୟକ୍ତି ଅମାବାସ୍ୟାରେ ଜନ୍ମ ହୋଇଥାଏ ସେ ଅଶୁଭ ହୋଇଥାଏ, ମାତ୍ର ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।

କାରଣ ଆମ ଶାସ୍ତ୍ରରେ କୌଣସି ସ୍ଥାନରେ ଲେଖା ଯାଇ ନାହିଁ କି ଯେଉଁ ବ୍ୟକ୍ତି ଅମାବାସ୍ୟାରେ ଜନ୍ମ ହୋଇଥାଏ ସେ ଅଶୁଭ ହୋଇଥାଏ। ତେବେ ଅମାବାସ୍ୟା ଅନ୍ୟ ଦିନମାନଙ୍କ ଭଳି ହୋଇଥାଏ।ଏହା ସହିତ କିଛି ଲୋକ କହି ଥାଆନ୍ତି କି ଯେଉଁ ବ୍ୟକ୍ତି ଅମାବାସ୍ୟାରେ ଜନ୍ମ ହୋଇ ଥାଏ ସେହି ବ୍ୟକ୍ତି ସାଧାରଣ ଭାବରେ ଖରାପ ପ୍ରକୃତିର ହୋଇ ଥାଏ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ। ତେବେ ଏହା ସହିତ ଏହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ କି ଯେଉଁ ବ୍ୟକ୍ତି ଅମାବାସ୍ୟାରେ ଜନ୍ମ ହୋଇଥାଏ ସେ ଖରାପ ସ୍ୱଭାବର ହୋଇ ଥାଏ।

ଶାସ୍ତ୍ରୀୟ ବିଧାନରେ ବାର ମାସର ବାରଟି ଅମାବାସ୍ୟାର ନାମ କରଣ କରାଯାଇଛି। ଯେପରି ମାର୍ଗଶିର ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ମହୋଦଧି ଅମାବାସ୍ୟା ବୋଲି କୁହା ଯାଇଥାଏ। ସେହିପରି ପୌଷମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ବଉଳଅମାବାସ୍ୟା ବୋଲି କୁହା ଯାଇଥାଏ। ମାଘ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ତ୍ରିବେଣୀ ଅମାବାସ୍ୟା ବୋଲି କୁହା ଯାଇଥାଏ। ଫାଲଗୁନ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ଫାଲଗୁନ ଅମାବାସ୍ୟା ବୋଲି କୁହା ଯାଇଥାଏ। ଚୈତ୍ର ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ମଧୁ ଅମାବାସ୍ୟା ବୋଲି କୁହା ଯାଇଥାଏ।
ବୈଶାଖ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ରୁକ୍ମିଣୀ ଅମାବାସ୍ୟା ବୋଲି କୁହା ଯାଇଥାଏ। ତେବେ ଜ୍ୟୈଷ୍ଠ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ସାବିତ୍ରୀ ଅମାବାସ୍ୟା ବୋଲି କୁହା ଯାଇଥାଏ। ଆଷାଢ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ଉଭା ଅମାବାସ୍ୟା ବୋଲି କୁହା ଯାଇଥାଏ।ସେହିପରି ଶ୍ରାବଣ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ଚିତାଲାଗି ଅମାବାସ୍ୟା ବୋଲି କୁହା ଯାଇଥାଏ। ଭାଦ୍ରବ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ସପ୍ତପୁରୀ ଅମାବାସ୍ୟା ବୋଲି କୁହା ଯାଇ ଥାଏ। କାର୍ତ୍ତିକ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ଦୀପାବଳୀ ଅମାବାସ୍ୟା ବୋଲି କୁହା ଯାଇଥାଏ। ଆଶ୍ୱିନ ମାସରେ ଯେଉଁ ଅମାବାସ୍ୟା ହୋଇଥାଏ ଏହାକୁ ମହାଳୟ ଅମାବାସ୍ୟା ବୋଲି କୁହାଯାଇଥାଏ।

ଏହି ସମସ୍ତ ତିଥିରେ ଧାର୍ମିକ ତଥା ସାମାଜିକ ପର୍ବ ପାଳନ କରାଯାଏ। ଯାହା ବ୍ୟକ୍ତି ତଥା ସମାଜ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ। ବିଶେଷ କରି ପିତୃଲୋକଙ୍କ ପାଇଁ ଏହି ତିଥିଟି ଅତ୍ୟନ୍ତ ପୁଣ୍ୟଦାୟୀ। ଏହି ପବିତ୍ର ତିଥିରେ ସ୍ୱୟଂ ନାରାୟଣ ମୋହଦଧିକୁ ବିଜେକରି ବରୁଣ ରାଜାଙ୍କୁ ଦର୍ଶନ ଦେବା ସହ ନିଜେ ସମୁଦ୍ର ପୂଜନ କରିଥାନ୍ତି। ଶ୍ରୀକ୍ଷେତ୍ରରେ ଏହି ନୀତିକୁ ଶ୍ରୀ ନାରାୟଣଙ୍କ ସାଗର ବିଜେ ନୀତି କୁହାଯାଇ ଥାଏ। ଭାରତ ବର୍ଷର ଅନେକ ମହାପୁରୁଷ ଏହି ତିଥିରେ ଜନ୍ମଲାଭ କରିଏ ଦେଶକୁ ଧନ୍ୟ କରିଛନ୍ତି। ତେଣୁ ପ୍ରଚଳିତ ଲୋକ କଥାର ଅନ୍ଧ ବିଶ୍ୱାସରେ ବିଶ୍ୱାସ ନ କରି ଶାସ୍ତ୍ର ର ଗୂଢଅର୍ଥକୁ ବୁଝିବା ସମସ୍ତଙ୍କ ପ୍ରୟୋଜନ।

( ସଂଗୃହିତ )

Comments are closed.