ଓଡିଶା ଇନଭେଷ୍ଟର୍ସ ମିଟ୍ : ପ୍ରମୁଖ ଶିଳ୍ପପତିଙ୍କୁ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ – ମୁମ୍ବାଇରେ ନିବେଶକ ସମ୍ମିଳନୀରେ ବଡ ବଡ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ,ୱାରେ ଇଂଜିନିୟରର ଅଧ୍ୟକ୍ଷ ହିତେଶ ଯୋଶୀ, ଆପ୍ରା ଇଣ୍ଡଷ୍ଟିର ଅଧ୍ୟକ୍ଷ ଚୈତନ୍ୟ ଦେଶାଇ, ଧ୍ରୁବ କୋଟାକର ଚେୟାରମ୍ୟାନ ଜେ.ଏମ୍. ବକ୍ସି , ଆଇସିଆଇସିଆଇ ବ୍ୟାଙ୍କର ଏକଜିକ୍ୟୁଟିଭ ଡାଇରେକ୍ଟର ରାକେଶ ଝା ପ୍ରମୁଖଙ୍କ ସହ ଓଡିଶା ଇନଭେଷ୍ଟର୍ସ ମିଟରେ ଭେଟି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡା ଅନ୍ୟ ନିବେଶକଙ୍କୁ ବି ଭେଟି ଓଡିଶା ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି । ସମସ୍ତଙ୍କ ସହ ୱାନ-ଟୁ-ୱାନ ବୈଠକରେ ଓଡିଶାର ଆର୍ଥିକ ବିକାଶ ନେଇ ନିବେଶକଙ୍କୁ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପୁଞ୍ଜି ନିବେଶ କଲେ ସବୁ ପ୍ରକାରର ସହାୟତା ଯୋଗାଇଦେବାକୁ ସେ ପ୍ରତିଶ୍ରୃତି ଦେଇଛନ୍ତି । ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ସବୁପ୍ରକାରର ସହାୟତା ଦିଆଯାଇଛି । ଏଥିପାଇଁ ଓଡିଶାରେ ଅନୁକୂଳ ପରିବେଶ ରହିଛି ବୋଲି ଶିଳ୍ପପତିଙ୍କୁ ବୁଝାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଇଟି, ପେଟ୍ରୋ କେମିକାଲସ, ଫୁଡ ପ୍ରୋସୋସିଙ୍ଗ ଭଳି କ୍ଷେତ୍ରରେ ଅଧିକ ପୁଂଜିନିବେଶ କରିବା ପାଇଁ ଶିଳ୍ପପତିଙ୍କୁ ପ୍ରସ୍ତାବ ଦିଆଯାଇଛି ।

ପୂର୍ବରୁ ଦୁବାଇ, ଦିଲ୍ଲୀ , ଅହମ୍ମଦାବାଦରେ ମଧ୍ୟ ଓଡିଶା ଇନଭେଷ୍ଟର୍ସ ମିଟ୍ ହୋଇଥିଲା । ଏ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ଭୁବନେଶ୍ୱରରେ ମେକ-ଇନ ଓଡିଶାର ତୃତୀୟ ସଂସ୍କରଣ ଆୟୋଜନ ହେବ । ତେଣୁ ତା ପୂର୍ବରୁ ମୁମ୍ବାଇ ସମ୍ମିଳନୀକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

Comments are closed.