ଓଡ଼ିଶା ଲଳିତ କଳା ଏକାଡେମୀର ରାଜ୍ୟ ଚାରୁକଳା ପୁରସ୍କାର ଘୋଷଣା, ୮ ଶିଳ୍ପୀ ହେବେ ପୁରସ୍କୃତ

ଭୁବନେଶ୍ବର – ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ୨୦୨୨ ପାଇଁ ଚାରୁକଳା ପୁରସ୍କାର ଘୋଷଣା କରାଯାଇଛି। ୮ ଜଣ ଶିଳ୍ପୀଙ୍କୁ ସେମାନଙ୍କର ଶ୍ରେଷ୍ଠ କୃତି ପାଇଁ ପୁରସ୍କାର ପ୍ରଦାନ କରାଯିବ ।

ଭାସ୍କର୍ଯ୍ଯରେ ଶିଳ୍ପୀ ପ୍ରତାପ ଚନ୍ଦ୍ର ଜେନା ଓ ଅଶାନ୍ତ ଦାସ, ମୁଦ୍ରଣ କଳାରେ ନାରାୟଣ ଗୁପ୍ତା ଓ ଟୁକୁନା ଡାକୁଆ, ଚିତ୍ରକଳାରେ ଅମିତ କୁମାର ଓଝା ଓ ସିତିକାନ୍ତ ସାମନ୍ତସିଂହାର, ପାରମ୍ପରିକ ଚିତ୍ରରେ ରୋନିବାଳା ମହାପାତ୍ର ଓ ନିରଞ୍ଜନ ମୁଖିଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ଏକ ସ୍ବତନ୍ତ୍ର ଉତ୍ସବରେ ଶିଳ୍ପୀମାନଙ୍କୁ ପୁରସ୍କୃତ କରାଯିବ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ଦ୍ବାରା ଏକାଡେମୀର ସଭାପତି ପଦ୍ମଶୀ ସୁଦର୍ଶନ ପଟ୍ଟନାୟକ, ଉପସଭାପତି ଶ୍ରୀନିବାସ ପଢିଆରୀ, କାର୍ଯ୍ଯକାରୀ କମିଟି ସଦସ୍ୟ ମହେନ୍ଦ୍ର ପ୍ରସାଦ ମହାପାତ୍ର, ଗଜେନ୍ଦ୍ର ପ୍ରସାଦ ସାହୁ, ଅକ୍ଷୟ କୁମାର ସାମଲ ଓ ଶ୍ଯାମ ସୁନ୍ଦର ମେହେରଙ୍କ ଉପସ୍ଥିତିରେ ରାଜ୍ଯ ପୁରସ୍କାର ଘୋଷଣା କରାଯାଇଛି।

Comments are closed.