ଏୟାର ସୋ’ ପାଇଁ ଫୁଲ୍ ରିହର୍ସଲ 

ଭୁବନେଶ୍ବର – ରାଜଧାନୀ ଉପକଣ୍ଠରେ ଥିବା କୁଆଖାଇ ନଦୀପଠାରେ ‘ସୂର୍ଯ୍ୟକିରଣ’ ଏୟାର ସୋ’ର ଫୁଲ ରିହର୍ସଲ ଆଜି ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ଏୟାର ସୋ’ ପ୍ରଦର୍ଶିତ ହେବ। ବାୟୁସେନାର ୧୧ ହକ୍ ବିମାନ ଏହି ସୋ’ରେ ସାମିଲ ହୋଇଛନ୍ତି।

‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଉପଲକ୍ଷେ ଉଭୟ ଭୁବନେଶ୍ୱର ଏବଂ ପୁରୀରେ ବାୟୁସେନା ପକ୍ଷରୁ ଏୟାର ସୋ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।  ପୁରୀରେ ୧୮ ତାରିଖରେ ସୂର୍ଯ୍ୟ କିରଣ ଏୟାର ସୋ’ ହେବ।

କାଲି ଭୁବନେଶ୍ୱରରେ ହେବାକୁ ଥିବା ଏୟାର ସୋ’ ପାଇଁ କୂଆଖାଇ ନଦୀପଠାରେ ପୂର୍ବ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବାୟୁସେନାର ସ୍ୱତନ୍ତ୍ର ଅଫିସରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । କାର୍ଯ୍ୟକ୍ରମରେ ଯେମିତି କୌଣସି ବାଧା ନ ଉପୁଜେ ତାକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ବାୟୁସେନା ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ ଜାରି ରହିଛି। ସୁରୁଖୁରୁରେ ଏହି ଏୟାର ସୋ’ କେମିତି ହେବ ତାର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

Comments are closed.