ପ୍ରିପେଡ ଇଲେକ୍ଟ୍ରିକାଲ ସ୍ମାର୍ଟ ମିଟର ବନ୍ଦ କରିବାକୁ ଦାବିରେ ଟିପିଡବ୍ଲୁଓଡିଏଲ୍ ଅଫିସ ଘେରାଉ

ସମ୍ବଲପୁର ତା.୧୬/୦୯ – ଟାଟା ପାୱାର ର ମନୋମୁଖୀ କାର୍ଯ୍ୟକଳାପ ବିରୋଧରେ ଓ ପ୍ରିପେଡ ଇଲେକ୍ଟ୍ରିକାଲ ସ୍ମାର୍ଟ ମିଟର ବ୍ୟବସ୍ଥା କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଦାବୀ ରେ ଆଜି ସ୍ଥାନୀୟ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ ଅଞ୍ଚଳବାସୀ । ଅଞ୍ଚଳର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ର ଆହ୍ୱାନ କ୍ରମେ ଆଜି ସମ୍ବଲପୁର ର ଅନେକ ଅନୁଷ୍ଠାନ ମିଳିତ ଭାବରେ ପହଞ୍ଚି ଥିଲେ ଟାଟା ପାୱାର ର ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଠାରେ । ଟି.ପି.ଡବ୍ଲୁ.ଓ.ଡି ଏଲ ର ଅଧିକ୍ଷଣ ଯନ୍ତ୍ରୀ ଇଂ. ସଞ୍ଜିତ ନାୟକ ଓ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ଦମ୍ବୁରୁଧର ଓଝା ଆନ୍ଦୋଳନକାରୀ ଙ୍କ ସହିତ ଆଲୋଚନା କରି ଦାବିପତ୍ର ଗ୍ରହଣ କରିଥିଲେ ।

ଆଜିର ମୁଖ୍ୟ ପ୍ରସଙ୍ଗ ଥିଲା ପ୍ରିପେଡ ଇଲେକ୍ଟ୍ରିକାଲ ସ୍ମାର୍ଟ ମିଟର ବ୍ୟବସ୍ଥା କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା, ସ୍ଥାନୀୟ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ପ୍ରଦାନ କରିବା ଓ ଗ୍ରାହକ ଶୋଷଣ ନୀତି କୁ ବନ୍ଦ କରିବା । ଆଜିର ଆଲୋଚନା ରେ ବିଭାଗ ର ଅନେକ ତ୍ରୁଟି ବିଚ୍ୟୁତି ବିଷୟରେ ମଧ୍ୟ ଅଭିଯୋଗ କରିଥିଲେ ଆନ୍ଦୋଳନକାରୀ । ତ୍ରୁଟିପୂର୍ଣ୍ଣ ବିଲ, ଅସତ ଉପାୟରେ ଗ୍ରାହକ ଶୋଷଣ, ବିଲ କଲେକ୍ସନ ସମୟରେ ଆଶାଳୀନ ବ୍ୟବହାର, ଜୋର ଜବରଦସ୍ତ ବକେୟା ବିଲ ଯୋଡିବା, ଅଭଯୋଗ ପରେ ମଧ୍ୟ ବିଲ ନ ସୁଧାରିବା, ଉପଭୋକ୍ତା ଙ୍କୁ ସୂଚନା ନଦେଇ ଚୁପଚାପ ବିଦ୍ୟୁତ ସଂଯୋଗ କୁ ବିଚ୍ଛିନ୍ନ କରିବା, ୨୨/୨୫ ଦିନରେ ଥରେ ବିଲ ଦେଇ ଅସତ ଉପାୟରେ ଅର୍ଥ ହଡପ ଭଳି ପ୍ରସଙ୍ଗ ର ଅଭଯୋଗ ମଧ୍ୟ କରାଯାଇଥିଲା ।

ଆଜିର ଆନ୍ଦୋଳନ ରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ, ହୀରଖଣ୍ଡ ସମୁଖ୍ୟ, ବିଦ୍ୟୁତ ଉପଭୋକ୍ତା ମହାସଂଘ, ସମ୍ବଲପୁରୀ ଏକତା ମଞ୍ଚ ଭଳି ଅନେକ ଅଗ୍ରଣୀ ଅନୁଷ୍ଠାନ ର ପ୍ରତିନିଧି ସାମିଲ ରହିଥିଲେ ।

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରବି ରଞ୍ଜନ ପୂଜାରୀ, ପଫୁଲ୍ଲ ହୋତା, ଜଗଦୀଶ ବିଶ୍ଵାଳ, ସୌରି ପାଣିଗ୍ରାହୀ, ନଟ୍ଟୁଗୋପାଳ ପାତ୍ର୍, ଦିପିଲ କୁମାର ବୋଷ, ଈଂ.ଭରତ ବେହେରା, ଅଜୟ କୁମାର ନନ୍ଦ, ସରୋଜ ପଟ୍ଟନାୟକ, ବାବଲୁ ବାଗ, କ୍ରୁଷ୍ଣ ଚନ୍ଦ୍ର ଦାସ, ଅର୍ଚ୍ଚନା ସାହାଣୀ, ରତନ କୁମାର ବହିଦାର, ସ୍ବାମୀ ଦାସ ସାହୁ, ରଜନୀକାନ୍ତ ମେହେର , ଯୋଗେଶ୍ୱର ବାରିକ, ଶଙ୍କର ମେହେର, ରାଜେଶ ବେହେରା, ସୁନିଲ ନନ୍ଦ, କାର୍ତ୍ତିକ ପ୍ରାସାଦ ବହିଦାର, ଲଳିତ ମୋହନ ବେବର୍ତ୍ତା, ପରେମଶ୍ବର ବାଗ, ଭବାନୀ ଶଙ୍କର ପଧାନ, ବିପ୍ଳବ କୁମାର ଦନସେନା, ସସ୍ମିତ କୁମାର ପଣ୍ଡା, ପଙ୍କଜିନି ମେହେର, କାନ୍ତି ମେହେର, ଦିଲିପ କୁମାର ପଧାନ, ରାହୁଲ ଗୁପ୍ତା, ମାନସ ରଞ୍ଜନ ବକ୍ସି, ଭବାନୀଶ ଭୋଇ ପ୍ରମୁଖ ସାମିଲ ରହିଥିଲେ ।

Comments are closed.