ଝାରସୁଗୁଡ଼ା ପାୱାର୍ ହାଉସ୍ ଛକ ନିକଟରେ ବସ୍ ଓ ଟ୍ରକ ମଧ୍ଯରେ ମୁହାଁମୁହିଁ ଧକ୍କା, ୫ ମୃତ, ୧୫ରୁ ଉର୍ଦ୍ଧ୍ବ ଆହତ

ଝାରସୁଗୁଡ଼ା: ଆଜି ସନ୍ଧ୍ୟାରେ ଝାରସୁଗୁଡ଼ା ପାୱାର୍ ହାଉସ୍ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ବସ୍ ରେ ଥିବା ୫ ଯାତ୍ରୀ ମୃତ୍ଯୁବରଣ କରିଥିବା ବେଳେ ୧୫ ଆହତ ହୋଇଥିବା ସୂଚନା ମିଳିଛି। ମୃତ୍ଯୁ ସଂଖା ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି। ସମସ୍ତ ମୃତକ ଏବଂ ଆହତଙ୍କୁ ଝାରସୁଗୁଡ଼ା ସଦର ଡାକ୍ତରଖାନାରେ ରଖାଯାଇଥିବା ବେଳେ ଆହତଙ୍କ ଚିକିତ୍ସା ଜାରି ରହିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ଚୂରମାର ହୋଇ ତାରି ଭିତରେ ବହୁ ଯାତ୍ରୀ ଚାପି ହୋଇଯାଇଥିଲେ। ଏହି ଘଟଣା ପରେ ଡାକ୍ତରଖାନାରେ ପରିଜନଙ୍କ ମଧ୍ଯରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Comments are closed.