ଭୁବନେଶ୍ବର ବାଲିଯାତ୍ରା ପଡିଆରେ ଚିତ୍ତାକର୍ଷକ ଏୟାର ଶୋ

ଭୁବନେଶ୍ବର: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ‘ ଆଜାଦୀ କା ଅମୃତ ମହୋତ୍ସବ ‘ ପାଳନ ଅବସରରେ ଆଜି ଭୁବନେଶ୍ବର ଉପକଣ୍ଠ ଜରିପାଟଣା ନିକଟ ବାଲିଯାତ୍ରା ପଡିଆ ଠାରେ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ଆକାଶମାର୍ଗରେ ଦୁଃସାହସିକ ତଥା ଚିତ୍ତାକର୍ଷକ ସମରକଳା ପ୍ରଦର୍ଶନ କରିଛନ୍ତି ।

ସକାଳ ୧୦ ଟା ୧୮ ମିନିଟ୍ ସମୟରେ ପ୍ରଦର୍ଶନୀ ସ୍ଥଳରେ ସୂର୍ଯ୍ୟକିରଣ ଟିମର ୨ଟି ହକ୍ ଏୟାର ଉଡାଜାହାଜ କୁଆଖାଇ ନଦୀ ଉପରେ ବିଭିନ୍ନ ପ୍ରକାର ସାହସିକତା ପ୍ରଦର୍ଶନର ସହ ବିମାନ ଉଡାଣ କରିଥିଲେ । ଯାହାକୁ ନଦୀର ଉଭୟ ପାର୍ଶ୍ବରେ ଥିବା ଲକ୍ଷାଧିକ ଲୋକ ଉପଭୋଗ କରିଥିଲେ ।

ଭାରତୀୟ ବାୟୁସେନାର ପରିଚାଳନାରେ ଓଡିଶା ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗର ସହଯୋଗରେ ଏହି ଏୟାର ଶୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ , ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ , ଛାତ୍ରଛାତ୍ରୀ , ସ୍ଥାନୀୟ ଜନସାଧାରଣ ବହୁସଂଖ୍ୟାରେ ଯୋଗଦେଇଥିଲେ । ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ଧରି ‘ ମା ତୁଝେ ସଲାମ ’ ଦେଶାତ୍ମବୋଧ ସଂଗୀତର ଧୂନ ତାଳେ ତାଳେ ସୂର୍ଯ୍ୟକିରଣ ଟିମ୍ କୁ ସ୍ବାଗତ କରିଥିଲେ । ସ୍ପାଡର୍ସ ଲିଡର ଏ.ସାଲାରିଆ , ୱାଡର୍ସ ଲିଡର ପି.ଭରଦ୍ବାଜ , ଉଇଙ୍ଗ କମାଣ୍ଡର ଏ.ଯାଦବ , ଗ୍ରୁପ୍ କ୍ୟାପଟେନ୍ ଜି.ଏସ୍.ଧୂନ , ଭଇଙ୍ଗ କମାଣ୍ଡର ଆର୍.ବରଡୋଲୋଲ , ଉଇଙ୍ଗ କମାଣ୍ଡର ଏ.ଗାଓକର , ୱାଡର୍ସ ଲିଡର ଡି.ଗର୍ଗ , ସ୍ୱାଡର୍ସ ଲିଡର ଏମ୍ ଭାଲା , ୱାଡର୍ସ ଲିଡର ଏ.ଗର୍ଗ , ସ୍ପାଡର୍ସ ଲିଡର ଏଚ୍.ସିଂ , ଉଇଙ୍ଗ କମାଣ୍ଡର ଏନ୍ . ନେଗୀ , ସ୍ଵାଡର୍ସ ଲିଡର ସୁଦରର୍ଶନ , ଉଲଂ କମାଣ୍ଡର ଏ.ପ୍ରସାଦ , ସ୍କାଡର୍ସ ଲିଡର ଏଚ୍ , ଚନ୍ଦଲ ଉଇଙ୍ଗ କମାଣ୍ଡର ଏନ୍ . ରାଇନା ( ସିନିୟର ଟେକ୍ନିକାଲ ଅଫିସର ) , ସ୍ପାଡର୍ସ ଲିଡର ଏସ୍ . ଦୟାଲ ( ଇଂଜିନିୟରିଂ ଅଫିସର ) , ଫ୍ଲାଇଟ୍ ଲେପ୍ଟନାଣ୍ଟ ଆର୍ . ଗୁରୁଙ୍ଗ ପ୍ରମୁଖ ଆକାଶ ମାର୍ଗରେ ଏହି ଦୁଃସାହସିକ ଉଡାଣରେ ସାମିଲ ହୋଇଥିଲେ । ସୂର୍ଯ୍ୟକିରଣ ଟିମକୁ ଏୟାର ମାର୍ଶାଲ , ଏୟାର ଅଫିସର କମାଣ୍ଡିଂ , ଇଷ୍ଟର୍ସ ଏୟାର କମାଣ୍ଡ ଦିଲ୍ଲୀପ କୁମାର ପଟ୍ଟନାୟକ , ଗ୍ରୁପ୍ କ୍ୟାପଟେନ୍ ଆର୍ . ଏସ୍ , ରାୱତ୍ , ଉଇଙ୍ଗ କମାଣ୍ଡର ସୁନ୍ଦର , ଉଇଙ୍ଗ କମାଣ୍ଡର ଦର ଏବଂ ସ୍ପାଡର୍ସ ଲିଡର ଗୋପାଳ ଆୟାର , ଫ୍ଲାଇଟ୍ ଲେପ୍ଟନାଣ୍ଟ ତେଜପାଲ , ଫ୍ଲାଇଂ ଅଫିସର ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ରହି ଗତକାଲି ଉଡାଣ ଅଭ୍ୟାସ ଏବଂ ଆଜିର ଉଡାଣ କାର୍ଯ୍ୟ ପରିଚାଳନା କରିଥିଲେ । ଫ୍ଲାଇଟ୍ ଲେଫ୍ଟଟନାଣ୍ଟ ରିଜ୍‌ମା ଭାରତୀୟ ସୂର୍ଯ୍ୟକିରଣ ଟିମ୍ ତରଫରୁ ବିମାନଗୁଡିକ ଆକାଶରେ ଚିତ୍ତାକର୍ଷକ ଶୋ ପ୍ରଦର୍ଶନ କରୁଥିବା ସମୟରେ ଧାରା ବିବରଣୀ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ବହୁ ଜନ ସମାଗମକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଡିସିପି ପ୍ରତୀକ ସିଂ , ଅତିରିକ୍ତ ଡିସିପି ସଂଜୀବ ଶତପଥୀଙ୍କ ନେତୃତ୍ବରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଶୃଙ୍ଖଳା ରକ୍ଷା ପାଇଁ କାର୍ଯ୍ୟକ୍ରମ ସ୍ଥଳରେ ବେରିକେଡିଂ ବ୍ୟବସ୍ଥା ସହ ବ୍ୟାପକ ପୁଲିସ୍ ମୁତୟନ ସହ ସମସ୍ତ କାର୍ଯ୍ୟକ୍ରମର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିଥିଲେ । ପୂର୍ତ୍ତ ବିଭାଗ ତରଫରୁ ବାଲିଯାତ୍ରା ପଡିଆରେ ବେରିକେଡିଂ ବ୍ୟବସ୍ଥା , ମଂଚ ପ୍ରସ୍ତୁତି , ଅତିଥି ଓ ପଦାଧିକାରୀମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା । ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମ ନିମନ୍ତେ ଲାଇଭ୍ କମନ୍ ଫିଡ୍ ସିଷ୍ଟମ ଜରିଆରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ଆୟୋଜନ କରାଯିବା ସହ କରାଯିବା ସହ ଆନୁଷଙ୍ଗିକ ସହଯୋଗ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଏୟାର ମାର୍ଶାଲ , ଏୟାର ଅଫିସର ଶ୍ରୀ ପଟ୍ଟନାୟକ ପାଇଲଟମାନଙ୍କୁ ସମ୍ବଦ୍ଧିତ କରିଥିଲେ ।

ଆସନ୍ତା କାଲି ପୁରୀ ବେଳାଭୂମିଠାରେ ଏୟାର ଶୋ ନିମନ୍ତେ ଅଭ୍ୟାସ କାର୍ଯ୍ୟକ୍ରମ ଓ ୧୮ ତାରିଖରେ ଏଠାରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ଜାରି ରହିଛି ।

Comments are closed.