ଝାରସୁଗୁଡ଼ା ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଝାରସୁଗୁଡ଼ା: ଗତକାଲି ସନ୍ଧ୍ୟାରେ ଝାରସୁଗୁଡ଼ା ପାୱାର୍ ହାଉସ୍ ଛକ ନିକଟରେ ଘଟିଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ପହଞ୍ଚିଛି। ଜେଏସଡବ୍ଲୁ ଭୂଷଣ କାରଖାନାରୁ ଡ୍ୟୁଟି ସାରି ଝାରସୁଗୁଡ଼ାକୁ କର୍ମଚାରୀଙ୍କୁ ନେଉଥିବା ବସକୁ ଏକ କୋଇଲା ବୋଝେଇ ଟ୍ରକ ପାୱାର୍ ହାଉସ ଛକରେ ଧକ୍କା ଦେଇଥିଲା। ଫଳରେ ଏଥିରେ ଘଟଣାସ୍ଥଳରେ ବହୁ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା। ସେଥିରୁ ଝାରସୁଗୁଡ଼ା ଡାକ୍ତରଖାନାରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ବୁର୍ଲା ମେଡିକାଲରେ ଗତକାଲି ବିଳମ୍ବିତ ରାତିରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ସମସ୍ତ ଆହତ ବୁର୍ଲା ଏବଂ ଝାରସୁଗୁଡ଼ା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଅଧିକାଂଶ ମୃତକ ରାଜ୍ଯ ବାହାରର ହୋଇଥିବା ବେଳେ ପରିବାର ଲୋକେ ପହଞ୍ଚି ବ୍ୟବଚ୍ଛେଦ ପରେ ଶବ ଗ୍ରହଣ କରିଛନ୍ତି।

Comments are closed.