ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ବରଗଡ :ପାଇକମାଲ-ନୂଆପଡା ବିଜୁ ଏକ୍ସପ୍ରେସୱେରେ ବରତୁଣ୍ଡା ଗ୍ରାମ ନିକଟରେ ଥିବା ଆଜି ଦିନ ୧୧ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଲାଠୋର ନିକଟରେ ଥିବା କଂହେଇଛାପର ଗ୍ରାମର ଦୁଇ ଜଣ ଯୁବକ ବାଇକରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ପିକଅଫ ସହ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ବାଇକ ଆରୋହୀଙ୍କ ବାଇକ ଆରୋହିଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ଦୁର୍ଘଟଣା ପରେ ଉକ୍ତ ସ୍ଥାନରେ କିଛି ସମୟ ଚାପା ଉତ୍ତେଜନା ଦେଖାଦେଇଥିଲା । ଖବରପାଇ ପଦ୍ମପୁର ଥାନା ଅଧିକାରୀ ରାଜେନ୍ଦ୍ର ସୀଆଲଙ୍କର ନେତୃତ୍ବରେ ପୋଲିସ ଟିମ ପହଂଛି ତଦନ୍ତ ଆରମ୍ଭ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠେଇଥିବା ସୂଚନା ମିଳିଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Comments are closed.