ହାଇଦ୍ରାବାଦରେ ଡିଜିଟାଲ ରୂପାନ୍ତରଣ ସମାବେଶ: ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗୁରୁତ୍ୱ

ଭୁବନେଶ୍ୱର: ହାଇଦ୍ରାବାଦ୍‌ଠାରେ ଅନୁଷ୍ଠିତ ଡିଜିଟାଲ୍ ରୂପାନ୍ତରଣ ସମାବେଶ ସପ୍ତମ ସଂସ୍କରଣରେ ଇଲେକ୍‌ଟ୍ରୋନିକ୍ସ , ସୂଚନା ପ୍ରଯୁକ୍ତି , କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତ ବେହେରା ଯୋଗଦେଇଛନ୍ତି । ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ସମାବେଶରେ ଆଇଟି କ୍ଷେତ୍ର ସହ ଜଡ଼ିତ ୧୫ଟି ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଉପସ୍ଥିତ ପ୍ରତିନିସ୍‌ଙ୍କୁ ନୂଆ ଆଇଟି ନୀତି ଏବଂ ଆଇଟି ଇକୋସିଷ୍ଟମକୁ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ଅବଗତ କରାଇଥିଲେ । ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଗତ କିଛି ବର୍ଷ ମଧ୍ୟରେ ଆଇଟି କ୍ଷେତ୍ରର ବିକାଶ ପାଇଁ ଅନେକ ଆଦୃଶିଆ ପଦକ୍ଷେପ ନେଇଛି । ରାଜ୍ୟରେ ବହୁ ଆଇଟି କମ୍ପାନୀ ପୁଞ୍ଜିନିବେଶ କରିଥିବାବେଳେ ଆହୁରି ଅନେକ କମ୍ପାନୀ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ରାଜ୍ୟର ଅନେକ ଆଇଟି ବୃଭିଧାରୀ ଥିବାରୁ ଓଡ଼ିଶାରେ ଆଇଟି କ୍ଷେତ୍ରରେ ନିବେଶ ପାଇଁ ବ୍ୟାପକ ସୁଯୋଗ ରହିଛି ବୋଲି ସେ ପ୍ରକାଶ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ବିଭିନ୍ନ ରାଜ୍ୟରୁ ଆସିଥିବା ଆଇଟି ଅଧ୍ୟାକାରୀ ଏବଂ ପ୍ରତିନିଧିମାନଙ୍କୁ ଭେଟିବା ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଓଡ଼ିଶା ସରକାର ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛି ବୋଲି ପ୍ରତିଶ୍ରୁତି ଦେଇଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ ଓଡ଼ିଶାର ଆଇଟି କ୍ଷେତ୍ରକୁ ଅଧିକ ପ୍ରଶସ୍ତ କରିବ ବୋଲି ସବୁ ମହଲରେ ଆଶାସଂଚାର ହୋଇଛି ।

Comments are closed.