କଟକରେ ଏସସିବି ସଂପ୍ରସାରଣ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

କଟକ -କଟକରେ ୫-ଟି ସଚିବ ଭି.କେ ପାଣ୍ଡିଆନ। ଆଜି ସକାଳେ ସେ କଟକ ଯାଇଏସସିବି ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହିତ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ୨୦୨୩ ସୁଦ୍ଧା ଏସସିବି ସମ୍ପ୍ରସାରଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ସହ ଉନ୍ନତମାନର କାମ କରାଯିବା ନେଇ ନିର୍ଦେଶ ଦେଇଛନ୍ତି ୫-ଟି ସଚିବ। ଏହାସହ ପାର୍କିଂ ସ୍ଥାନ ଓ କେନାଲ ରୋଡ କାମକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବଡ଼ ମେଡିକାଲର ରାସ୍ତା ସମ୍ପ୍ରସାରଣ ନେଇ ଘୋଷଣା କରିଥିଲେ। ଏଥିସହିତ ତାଳଦଣ୍ଡା କେନାଲର ବାମ ଓ ଡାହାଣ ପାର୍ଶ୍ବରେ ରାସ୍ତାର ସମ୍ପ୍ରସାରଣର ଆବଶ୍ୟକତା ଥିବା କୁହାଯାଇଥିଲା। କଟକ ଜିଲ୍ଲା ବାହାରୁ ଏସସିବିକୁ ଆସୁଥିବା ରୋଗୀଙ୍କ ଯାତ୍ରା ଯୋବ୍ରାରୁ କଟକ ବଡ଼ ମେଡିକାଲ ଯାଏଁ ସୁବିଧାଜନକ କରିବାକୁ ରିଙ୍ଗ ରୋଡକୁ ସମ୍ପ୍ରସାରଣ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏବେ ଏସବୁ କାମ ଚାଲୁ ରହିଛି।

Comments are closed.