ସର୍ବୋଚ୍ଚ ସ୍ତର ନିକଟରେ ହୀରାକୁଦ, ୪ ଗେଟ୍ ଖୋଲିବାକୁ ନିର୍ଦ୍ଦେଶ

ସମ୍ବଲପୁର: ଆଜି ସକାଳେ ହୀରାକୁଦ ଜଳସ୍ତର ସର୍ବୋଚ୍ଚ ସୀମା ନିକଟବର୍ତ୍ତୀ ହେଲାଣି। ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟ ଥିବା ବେଳେ ସକାଳ ୯ଟା ସୁଦ୍ଧା ୬୨୯.୨୭ ଫୁଟରେ ପହଞ୍ଚିଲାଣି। ସେପଟେ ଉପରମୁଣ୍ଡରୁ ୯୧୫୦୮ କ୍ୟୁସେକ ପାଣି ପ୍ରବେଶ କରୁଥିବାରୁ ଜଳସ୍ତର ସର୍ବୋଚ୍ଚ ସୀମା ଡେଇଁବାର ଆଶଙ୍କା ଦେଖାଦେଇଛି। ତେଣୁ, ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ୪ଟି ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ଏହି ୪ଟି ଗେଟ୍ ଖୋଲିବା ପରେ ଯେତିକି ପାଣି ପ୍ରବେଶ କରୁଛି ସମ ପରିମାଣର ପାଣି ନିଷ୍କାସିତ କରିବାକୁ ଯୋଜନା ହୋଇଛି। ରୁଲ୍ କର୍ଭ ଅନୁଯାୟୀ ଆସନ୍ତା ଅକ୍ଟୋବର ପହିଲା ସୁଦ୍ଧା ଜଳସ୍ତର ୬୩୦ ଫୁଟ ରହିବା କଥା। ଆଉ ବର୍ତ୍ତମାନ ୬୨୯ ଫୁଟ ମଧ୍ଯରେ ରହିବାର ନିୟମ ଥିବାରୁ କର୍ତ୍ତୃପକ୍ଷ ଏହି ଆଧାରରେ ଜଳ ପରିଚାଳନା କରୁଥିଲେ। ହେଲେ ଜଳଭଣ୍ଡାରକୁ ଅଧିକ ପାଣି ଆସିବା ସହିତ ଲଘୁଚାପ ବର୍ଷା ହେଉଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

Comments are closed.