ବିଜୁ ଅନୁଗତ ତଥା ବାମରା ବ୍ଲକ ବିଜେଡି ସଭାପତି ରାଜକୁମାର ଶୁକ୍ଲାଙ୍କ ବିୟୋଗ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ବାମରା ବ୍ଲକ ବିଜେଡି ସଭାପତି ରାଜକୁମାର ଶୁକ୍ଳା (ରାଜୁ) ଙ୍କ ଆଜି ପରଲୋକ ଘଟିଛି । ସେ ପକ୍ଷ୍ୟାଘାତ ରୋଗରେ ପୀଡିତ ହେବା ପରେ କଟକରେ ଚିକିତ୍ସିତ ହୋଇ ବର୍ତ୍ତମାନ ଗଡପୋଷ ସ୍ଥିତ ନିଜ ବାସଭବନରେ ଥିଲେ । ଆଜି ସକାଳ ୯ଟା ସମୟରେ ସେ ମୃତ୍ୟୁ ବରଣ କରିଛନ୍ତି । ସେ ଜନତା ଦଳ ସମୟରୁ ଆଜି ପର୍ଯ୍ୟନ୍ତ ବିଜୁ ଜନତା ଦଳ ର ପ୍ରମୁଖ ନେତା ଭାବରେ କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ l ଯୁବାବସ୍ଥାରୁ ସେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଏକାନ୍ତ ଅନୁଗତ ଭାବେ ରହି ଆସିଥିଲେ।

ବାମରା ବ୍ଲକ, କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଦଳୀୟ ସଂଗଠନ ବୃଦ୍ଧି ଦିଗରେ ସଦା ତତ୍ପର ଥିଲେ।
ସେହିପରି ଏହି ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଂଗ୍ରାମ କରି ଆସିଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.