ଭୁବନେଶ୍ୱର – ନକଲି ମେଡ଼ିସିନ ନେଇ ତନାଘନା ଜାରି ରହିଥିବା ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ଓଡ଼ିଶାରେ ଜବତ ହୋଇଥିବା ନକଲି ମେଡ଼ିସିନ ଟେଲମା-୪୦ , ଟେଲମା-ଏମ ବିହାରର ଗୟାରୁ ଗ୍ଲେନମାର୍କ କମ୍ପାନୀର ଫ୍ୟାକ୍ଟ୍ରିରୁ ଆସୁଛି । ବିହାର ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଏ ନେଇ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଆସିନାହିଁ ବୋଲି ଚିଠି ଦ୍ୱାରା ଜଣାଇଛନ୍ତି ଓଡ଼ିଶା ସ୍ୱାସ୍ଥ୍ୟ ସଚିବ । ନକଲି ମେଡ଼ିସିନକୁ ନେଇ ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଏକ ଟିମ ପ୍ରସ୍ତୁତ କରିଛନ୍ତି ,ଯେଉଁଥିରେ ଆସିଷ୍ଟାଣ୍ଡ ଡ୍ରଗ କଣ୍ଟ୍ରୋଲରଙ୍କ ସମେତ ଦୁଇ ଜଣ ପୋଲିସ ଅଛନ୍ତି । ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ବିହାରର ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି ଓଡ଼ିଶା ସ୍ୱାସ୍ଥ୍ୟ ସଚିବ ।
Comments are closed.