ରାଜ୍ୟରେ ୨ ଶହ ଉପରେ ଦୈନିକ କୋରୋନା ସଂକ୍ରମଣ: ୨୧୧ ନୂଆ ମାମଲା

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୧୧ ନୂଆ କୋରୋନା ପଜିଟିଭ । ସଙ୍ଗରୋଧରୁ ୧୨୩ ଓ ସ୍ଥାନୀୟ ଅଞ୍ଚଳରୁ ୮୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୬ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ବାଲେଶ୍ଵରରୁ ୧୨ ,ବରଗଡରୁ ୭ , ଭଦ୍ରକରୁ ୨ , କଟକରୁ ୨୭ , ଢେଙ୍କାନାଳରୁ ୨ , ଗଜପତିରୁ ୫ , ଗଞ୍ଜାମରୁ ୨ , ଜଗତସିଂହପୁରରୁ ୫, ଯାଜପୁରରୁ ୫, କଳାହାଣ୍ଡିରୁ ୩, ଝାରସୁଗୁଡ଼ାରୁ ୪,କେନ୍ଦ୍ରାପଡ଼ାରୁ ୪ , କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୩୬ , ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୧ , ନୟାଗଡରୁ ୯ , ନୂଆପଡାରୁ ୩ , ପୁରୀରୁ ୧୧, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୧ , ସୋନପୁରରୁ ୨, ସୁନ୍ଦରଗଡ଼ରୁ ୩୨ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଷ୍ଟେଟ ପୁଲରୁ ୯ ପଜିଟିଭ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ୧ ହଜାର ୪୨୧ ସକ୍ରିୟ ମାମଲା ରହିଛି ।

Comments are closed.