ସଫେଇ କର୍ମଚାରୀ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଲାଙ୍ଗୀର : ବଲାଙ୍ଗୀର ସହରରେ ପୁଣି ହତ୍ୟା l ବଲାଙ୍ଗୀର ବିଜାଖାମନ ଠାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଦୁଇ ଦିନ ତଳେ ଯୁବତୀ ଜଣଙ୍କ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ରବିବାର ଦିନ ବଲାଙ୍ଗୀର ବିଜାଖାମନ ଠାରେ ଯୁବତୀଙ୍କ ମୃତଦେହ ପଡିଥିବାର ସ୍ଥାନୀୟଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି ।

ତେବେ ମୃତ ଯୁବତୀଙ୍କ ଜଣକ ବଲାଙ୍ଗୀର ସହର ଟିକ୍ରାପଡାର ଅଷ୍ଟମି ବକୁଲ ବୋଲି ଜଣାପଡିଛି । ସେ ପୌରପରିଷଦରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ । ଏବେ ତାଙ୍କୁ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି । କିପରି ଅଷ୍ଟମିଙ୍କ ମୃତ୍ୟୁ ହେଲେ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।

Comments are closed.