କେବଳ ବଡି,ପାମ୍ପଡରେ ସୀମିତ ରହିନାହିଁ ମିଶନ ଶକ୍ତିର ପରିଚୟ : ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର – ରାଜ୍ୟରେ ପ୍ରତ୍ୟେକ ପରିବାରରେ ଜଣେ ଜଣେ ମିଶନ ଶକ୍ତି ସଦସ୍ୟ ଅଛନ୍ତି । ମିଶନ ଶକ୍ତିର ପରିଚୟ ଆଉ ବଡ଼ି ପାମ୍ପଡରେ ସୀମିତ ରହିନାହିଁ। ଏହା ବର୍ତ୍ତମାନ ଏକ ଏଣ୍ଟରପ୍ରାଇଜର୍ସରେ ପରିଣତ ହୋଇଛି ବୋଲି କହିଛନ୍ତି ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି । ନ୍ୟୁଜ ୧୮ ଓଡ଼ିଆର ଆତ୍ମନିର୍ଭର ଓଡିଶା ବିଜନେସ ଲିଡର ସିପ୍ ଆୱାର୍ଡସ ୨୦୨୨ କାର୍ଯ୍ୟକ୍ରମରେ ଯୋଗ ଦେଇ ମିଶନ ଶକ୍ତି ସଚିବ ଏହା କହିଛନ୍ତି। ଏହି ଅବସରରେ ସେ ସଫଳ ମହିଳା ଉଦ୍ୟୋଗୀ ଓ ଏସଏଚଜିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମିଶନ ଶକ୍ତିର ୭୦ ଲକ୍ଷ ସଦସ୍ୟଙ୍କ ପ୍ରତିନିଧିତ୍ଵ କରୁଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି ସୁଜାତା କାର୍ତ୍ତିକେୟନ ଏହି ଅବସରରେ କହିଥିଲେ।

Comments are closed.