ସିମେଣ୍ଟ ବୋଝେଇଟ୍ରକ ଦୁର୍ଘଟଣାଗ୍ରସ୍ତ

ବରଗଡ଼: ବରଗଡ ଜିଲ୍ଲା ପଦ୍ମପୁର ଠାରେ ଡ୍ରାଇଭରର ଆଖି ଲାଗିଯିବାରୁ ଓଲଟି ପଡ଼ିଲା ସିମେଣ୍ଟ ବୋଝେଇ ଟ୍ରକ । ପଦ୍ମପୁର ନେହେରୁଗଲି କାଳୀମନ୍ଦିର ପାଖରେ ଭାରସାମ୍ୟ ହରାଇ ରାସ୍ତାରେ କଡରେ ଥିବା ଘର ଉପରେ ଚଢ଼ିଗଲା ଗାଡି । ଭାଗ୍ୟ ବସତଃ କାହାର କିଛି କ୍ଷୟକ୍ଷତି ହେଇନାହିଁ ।ଘରେ ଥିବା ଲୋକଙ୍କ ସମେତ ଡ୍ରାଇଭର ଓ ହେଲପର ସମସ୍ତେ ବର୍ତ୍ତି ଯାଇଛନ୍ତି । ଏହି ଟ୍ରକ, ପଦ୍ମପୁର ପଟୁ ବରଗଡ଼କୁ ଯାଉଥିଲା । ସିମେଣ୍ଟ ବୋଝେଇ କରି ସକାଳ ପ୍ରାୟ ୪ଟାରେ ଓଲଟି ପଡିଛି । ଆଖି ଲାଗିଯିବାରୁ ଏପରି ଏକ ଅଘଟଣ ଘଟି ଯାଇଥିବା କହୁଛି ଟ୍ରକ ଡ୍ରାଇଭର । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Comments are closed.