ଟ୍ରକ- ବାଇକ ମୁହାଁମୁହିଁ ଧକ୍କା, ଦୁଇ ବାଇକ ଆରୋହୀ ଗୁରୁତର | News Room Odisha

ଟ୍ରକ- ବାଇକ ମୁହାଁମୁହିଁ ଧକ୍କା, ଦୁଇ ବାଇକ ଆରୋହୀ ଗୁରୁତର

ବଲାଙ୍ଗୀର: ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନୀପାଟଣା – ରାୟପୁର ୧୬ ନଂ ଏନଏଚ ଚାନ୍ଦୋତରା, ଗନ୍ଧର୍ଲା ନିକଟରେ ଟ୍ରକ- ବାଇକ ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଆହତ ଆରୋହୀ ଦ୍ବୟ ଚାନ୍ଦୋତରା ପଞ୍ଚାୟତ ଅନ୍ତର୍ଗତ କୁରଲୁଭଟା ଗ୍ରାମର ତୁଳସୀରାମ ଚଣ୍ଡି (୨୫) ଓ ଗୁଆନ ଚଣ୍ଡି (୨୬) । ଉଭୟେ ଏକ ବାଇକରେ ଖଡିଆଳ ପଟୁ ନିଜ ଗାଁକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରକ ପିବି-୦୨-ସିଏମ-୮୯୮୯ ସହ ଧକ୍କା ହୋଇଥିଲା । ଫଳରେ ଦୁଇ ବାଇକ ଆରୋହୀ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ। ଖବରପାଇ ସ୍ଥାନୀୟ ଯୁବକଙ୍କ ସହଯୋଗରେ ସିନ୍ଧେକେଲା ଡାକ୍ତରଖାନାରେ ଭତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଡାକ୍ତରଖାନାକୁ ପଠାଯାଇଛି । ପୁଲିସ ପହଂଚି ତଦନ୍ତ ଆରମ୍ଭ କରୁଛି ।