୨୦୨୩ ବିଶ୍ୱକପ ହକି ଖେଳସୂଚୀ : କଳିଙ୍ଗରେ ଆର୍ଜେଣ୍ଟିନା-ଦକ୍ଷିଣ ଆଫ୍ରିକା ଉଦଘାଟନୀ ମ୍ୟାଚ୍, ରାଉରକେଲାରେ ସ୍ପେନକୁ ଭେଟିବ ଭାରତ

ଭୁବନେଶ୍ୱର – ୨୦୨୩ ବିଶ୍ୱକପ ହକି ପାଇଁ ଖେଳ ସୂଚୀ ଘୋଷିତ ହୋଇଛି । ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ୨୦୨୩ ଜାନୁଆରୀ ୧୩ ତାରିଖରେ କଳିଙ୍ଗ ହକି ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । କଳିଙ୍ଗରେ ସେହିଦିନ ଦ୍ୱିତୀୟ ମ୍ୟାଚ ଅଷ୍ଟ୍ରେଲିଆ ଓ ଫ୍ରାନସ ମଧ୍ୟରେ ଖେଳାଯିବ ।

ପରେ ସେହିଦିନ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଇଂଲଣ୍ଡ ଓ ୱଲସ ମଧ୍ୟରେ ଖେଳାଯିବ । ଦ୍ଵିତୀୟ ମ୍ୟାଚରେ ଆୟୋଜକ ଭାରତର ମୁକାବିଲା ସ୍ପେନ ସହ ହେବ । ବିଶ୍ଵକପରେ ଭାଗ ନେଉଥିବା ସମସ୍ତ ଦଳ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ ଖେଳିବେ । ମୋଟ ୪୪ଟି ମ୍ୟାଚ ଖେଳାଯିବ। ଜାନୁଆରୀ ୨୯ ତାରିଖ ସଂଧ୍ୟା ୭ଟାରେ କଳିଙ୍ଗରେ ଖେଳାଯିବ ଫାଇନାଲ ମ୍ୟାଚ।

Comments are closed.