ମା ଚନ୍ଦ୍ରଘଣ୍ଟା ( ନବରାତ୍ରି ର ତୃତୀୟ ଦିନ ) ମାଆ ଦୁର୍ଗାଙ୍କର ତୃତୀୟ ଶକ୍ତିର ନାମ ହେଉଛି ଚନ୍ଦ୍ରଘଣ୍ଟା। ନବରାତ୍ର ଉପାସନାରେ ତୃତୀୟ ଦିନ ମାଚନ୍ଦ୍ରଘଣ୍ଟା ଙ୍କର ପୂଜନ ଏବଂ ଆରାଧନା କରା ଯାଏ।ଏହାଙ୍କର ସ୍ୱରୂପ ଅତ୍ୟନ୍ତ କଲ୍ୟାଣ କାରୀ ଏବଂ ଶାନ୍ତିଦାୟକ ହୋଇଥାଏ। ତାଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ରହିଛି।ଏଥିପାଇଁ ଦେବୀଙ୍କ ନାମ ଚନ୍ଦ୍ରଘଣ୍ଟା ଅଟେ।ଏହା ଦେବୀଙ୍କ ଉଗ୍ରରୂପ । ଦେବୀ ଦଶଭୂଜା ଓ ବ୍ୟାଘ୍ର/ ସିଂହ ଉପରେ ବିରାଜମାନ । ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ମୁଦ୍ରା ଯୁଦ୍ଧାଭିମୁଖୀ।
ଏହିଦିନ ମାଙ୍କୁ ଆରାଧନା କରି ଭୟମୁକ୍ତି ପାଇଁ ପ୍ରାର୍ଥନା କରାଯାଇ ଥାଏ । ମାଙ୍କ ର ଏହି ସ୍ୱରୂପ ସକ୍ତିଦାୟୀ ଓ କଲ୍ୟାଣକାରୀ ଅଟେ । ମାଙ୍କ ଘଣ୍ଟ ଧ୍ବନିରେ ଦାନବ , ରାକ୍ଷସ , ଦୈତ୍ୟ ସମସ୍ତେ କମ୍ପି ଉଠି ଥାଆନ୍ତି ।
ମା ଚନ୍ଦ୍ରଘଣ୍ଟା ଙ୍କ ପୂଜା ଲାଲ୍ ବସ୍ତ୍ର ପିନ୍ଧି କରାଯାଇ ଥାଏ । ମାଙ୍କ ନିକଟରେ ନାଲି ଫୁଲ,ନାଲି ଓଢ଼ଣି , ରକ୍ତଚନ୍ଦନ , ସମର୍ପଣ କରାଯାଇ ଥାଏ। ଏହିଦିନ ମାଙ୍କୁ ଭକ୍ତିପୂର୍ଣ୍ଣ ଭାବରେ ପୂଜାକରିବା ଦ୍ୱାରା ଶତ୍ରୁ ନାସ,ଜୀବନରୁ ନକାରାତ୍ମକ ଶକ୍ତିର କ୍ଷୟ, ଆରୋଗ୍ୟ ଲାଭ ଇତ୍ୟାଦି ହୋଇଥାଏ ।
●ଯାହାର ଜାତକ ରେ ମଙ୍ଗଳ ଦୁର୍ବଳ ଅଟନ୍ତି , ସେ ମାତାଙ୍କ ନିକଟରେ ନାଲି ରଙ୍ଗର ଚୁନରୀ ଅର୍ପଣ କରି ନିଜ ଆଲମାରୀରେ ରଖିବା ଉଚିତ୍ ।
●ମାଙ୍କ ନିକଟରେ ତମ୍ବା ମୁଦ୍ରା ଅର୍ପଣ କଲେ ମା ସମସ୍ତ ବିପଦରୁ ମୁକ୍ତି ଦେଇ ଥାଆନ୍ତି । ତା ସହିତ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
●ଯଦି ଆପଣ ଏହି ତମ୍ବା ମୁଦ୍ରାକୁ ଧାରଣ କରିବାକୁ ଚାହୁଁଛନ୍ତି ତେବେ ସେଥିରେ ଗୋଟିଏ ଛିଦ୍ର କରି ନାଲି ସୂତାରେ ଧାରଣ କଲେ ଜୀବନର ସମସ୍ତ ସଙ୍କଟ ଦୁର ହେବ ।
ବିଶେଷ କରି ମିଥୁନ ରାଶି ବ୍ୟକ୍ତିଙ୍କର ବନ୍ଧୁ ମତାନ୍ତର, ଦୂରଯାତ୍ରା, ବାରମ୍ବାର ଚେଷ୍ଟା କରି ସୁଫଳ ମିଳିବା ସହିତ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି । ତେବେ ଶୁଭଫଳ ବୃଦ୍ଧି ଲାଗି ସବୁଜ ରଙ୍ଗର ବସ୍ତ୍ର ପିନ୍ଧି ମା’ଙ୍କର ଚନ୍ଦ୍ରଘଂଟା ରୂପକୁ ମିଶ୍ରିତ ରଙ୍ଗର ପୁଷ୍ପ, ଦୁର୍ବା,ବେଲପତ୍ର, ଫଳ ଆଦି ଅର୍ପଣ କରି ‘ଓଁ ଚନ୍ଦ୍ରଘଂଟାୟୈ ନମଃ’ ଜପ କରନ୍ତୁ । ନିଶ୍ଚିତ ଶୁଭଫଳ ପ୍ରାପ୍ତ ହେବ।
ମା ଚନ୍ଦ୍ରଘଣ୍ଟା ଙ୍କ ଆରାଧନା କରିବାର ପଦ୍ଧତି :-
●ଶୁଦ୍ଧ ପାଣି ଏବଂ ପଞ୍ଚାମୃତ ସହିତ ମାଆଙ୍କୁ ସ୍ନାନ କରାନ୍ତୁ |
●ବିଭିନ୍ନ ପ୍ରକାରର ଫୁଲ, ଅକ୍ଷତ, କୁମ୍କୁମ୍, ସିନ୍ଦୁର ଇତ୍ୟାଦି ପ୍ରଦାନ କରନ୍ତୁ |
●କେଶର-କ୍ଷୀରରୁ ପ୍ରସ୍ତୁତ ମିଠା କିମ୍ବା କ୍ଷୀରିର ପ୍ରସାଦ କରନ୍ତୁ |
●ମାତାଙ୍କୁ ଧଳା ପଦ୍ମ, ନାଲି ରଙ୍ଗର ମନ୍ଦାର ଏବଂ ଗୋଲାପ ଫୁଲର ମାଳ ଅର୍ପଣ କରନ୍ତୁ ଏବଂ ପ୍ରାର୍ଥନା କରିବା ସମୟରେ ମନ୍ତ୍ର ଜପ କରନ୍ତୁ |
ପିଣ୍ଡଜାପ୍ରଭରାରୁଢ଼ା, ଚଣ୍ଡକୋପାଷ୍ଟ୍ରକୈର୍ଯ୍ୟୁତା |
ପ୍ରସାଦଂ ତନୁତେ ମହ୍ୟଂ, ଚନ୍ଦ୍ରଘଂଟେତି ବିଶ୍ରୁତା।|
ଏହିମନ୍ତ୍ର ଜପ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ସମସ୍ତ ଶତ୍ରୁ ନାଶ ହୋଇଥାନ୍ତି। ଜୀବନରେ ନକାରାତ୍ମକ ଶକ୍ତିର କ୍ଷୟ ହେବା ସହିତ ଆରୋଗ୍ୟ ଲାଭ ଇତ୍ୟାଦି ହୋଇ ଥାଏ ।
Comments are closed.