ଭୁବନେଶ୍ୱରରେ ଆସନ୍ତା ମାସରେ ଖୋଲିବ ଆଇବିଏମ ବ୍ରାଞ୍ଚ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କମ୍ପାନୀର ଘୋଷଣା

ଭୁବନେଶ୍ୱର – ଓଡ଼ିଶାରେ ଖୋଲିବ ଆଇଟି କମ୍ପାନୀ ଆଇବିଏମର ବ୍ରାଞ୍ଚ । ଏ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଦେଶର ପ୍ରମୁଖ ଆଇଟି କମ୍ପାନୀ ମଧ୍ୟରେ ଆଇବିଏମ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଅନ୍ୟତମ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମ୍ୟାନେଜିଂ ପାର୍ଟନର ଅମିତ ଶର୍ମାଙ୍କ ଆଲୋଚନା ପରେ ଆଇବିଏମଏହି ନିଷ୍ପତ୍ତି ନେଇଛି । ଆସନ୍ତା ମାସରେ ଭୁବନେଶ୍ୱରରେ ଆଇଵିଏଯ ଶାଖା ଖୋଲିବା ନେଇ ସୂଚନା ଥିବାବେଳେ ଏହାଦ୍ୱାରା ୨୦୦ରୁ ୪୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଅନ୍ୟପଟେ ମେକ ଇନ୍ ଓଡ଼ିଶା କନକ୍ଲେଭ ଥ୍ରୀ ଆଜି ସଂଧ୍ୟାରେ ବେଙ୍ଗାଲୁରୁରେ ଇନଭେଷ୍ଟର୍ସ ମିଟ ହେବ । ସମ୍ମିଳନୀରେ ଉପସ୍ଥିତ ରହି ବିଶିଷ୍ଟ ଶିଳ୍ପପତି, ଚାମ୍ବର୍ସ ଅଫ କମର୍ସ ସହ ୱାନ ଟୁ ୱାନ ଆଲୋଚନା କରିବେ ନବୀନ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କ’ଣ କ’ଣ ରହିଛି ସୁବିଧା ସୁଯୋଗ । ଏନେଇ ନିବେଶକଙ୍କୁ ବୁଝାଇ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । ନିବେଶକ ସମ୍ମିଳନୀରେ ଆଇଟି ସହ ଇଏସଡିଏମ୍, ଟେକ୍ସଟାଇଲ୍ ଆପାରେଲ୍, ଫୁଡ ପ୍ରୋସେସିଂ, ଇ-ଭେହିକିଲ୍, ଅଟୋ ଆଣ୍ଡ ଅଟୋ କମ୍ପୋନେଟ, ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରକୁ ଫୋକସ୍ କରାଯାଇଛି । ଇନଭେଷ୍ଟର୍ସ ମିଟିରେ ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୫୦୦ରୁ ଅଧିକ ନିବେଶକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଗତକାଲି ନବୀନ ବେଙ୍ଗାଲୁରୁରେ ଅନେକ ବିଜିନେସ ଟାଇକୁନଙ୍କୁ ଭେଟିଛନ୍ତି ।

Comments are closed.