ବେଙ୍ଗାଳୁରୁ ଓଡିଶା ଇନଭେଷ୍ଟର୍ସ ମିଟ୍ : ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଙ୍ଗାଲୁରୁଠାରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ସେ ବିଭିନ୍ନ କମ୍ପାନିର ସିଇଓ ଓ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି । ପେଜ୍ ଇଣ୍ଟଷ୍ଟ୍ରିଜର ସିଇଓ ଭି.ଜି.ଗଣେଶ, ଟିଟିକେ ପ୍ରେଷ୍ଟିଜର ସିଇଓ ପି.ସତ୍ୟନାରାୟଣ, ଫ୍ଲିପକାର୍ଟର ରଜନୀଶ କୁମାର, ଆକସେନଚରର ଅଜୟ ବିଜ୍, ନିସାନ ଫୁଡ୍ସର ୟର୍ନଷ୍ଟ ଓ ୟଙ୍ଗର ଗୌରବ ତନେଜା ଓ ଗ୍ଲୋବାଲ ଫନଣ୍ଡ୍ରିର ଜିତେନ୍ଦ୍ର ଚଢା ।

ଏହି ନିବେଶକ ସମ୍ମିଳନୀର ଫୋକସ କ୍ଷେତ୍ର ଥିଲା ଆଇଟି ଉଦ୍ୟୋଗ, ଇଲେକ୍ଟ୍ରୋନିକ ଉଦ୍ୟୋଗ, ବୟନ ଶିଳ୍ପ ଉଦ୍ୟୋଗ, ଇ-ଯାନ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଅଟୋ ଓ ଅଟୋ ଯନ୍ତ୍ରାଂଶ, ପ୍ରତିରକ୍ଷା ଓ ଏରୋସ୍ପେଶ ।

ମେକ୍ ଇନ ଓଡ଼ିଶା କନକ୍ଳେଭ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବ ।

Comments are closed.