ଜଷ୍ଟିସ ଯଶୱନ୍ତ ସି‍ଂହ ହେବେ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି, ମାଡ୍ରାସ ହାଇକୋର୍ଟକୁ ବଦଳି ହେଲେ ଜଷ୍ଟିସ ଏସ. ମୁରଲୀଧର

କଟକ – ଜଷ୍ଟିସ ଯଶୱନ୍ତ ସିଂହ ହେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୁରଲିଧରଙ୍କର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇଛି। ତାଙ୍କ ସ୍ଥାନରେ ଜଷ୍ଟିସ ଯଶୱନ୍ତ ସିଂହ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ । ଗତ ୨୮ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଜଷ୍ଟିସ ଯଶୱନ୍ତ ସିଂହ ପ୍ରାୟ ଦେଢ ବର୍ଷ ହେବ ଓଡ଼ିଶା ହାଇକୋର୍ଟର ବିଚାରପତି ଅଛନ୍ତି। ୧୯୬୧ ମସିହା ଫେବ୍ରୁଆରୀ ୨୩ରେ ହରିୟାଣାର ରୋହତକରେ ଜନ୍ମିତ ଜଷ୍ଟିସ ଯଶୱନ୍ତ ସିଂହ ପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରି ସାରିଛନ୍ତି। ଏହାପରେ ସେ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି ।

ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ମୁନିଶ୍ୱର ନାଥ ଭଣ୍ଡାରୀ ଗତ ୧୨ ତାରିଖରେ ଅବସର ଗ୍ରହଣ କରିଥିବାରୁ ଉକ୍ତ ପଦ ଖାଲି ପଡ଼ିଛି। ତାଙ୍କ ସ୍ଥାନରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌ ମୁରଲିଧରଙ୍କର ସେଠାକୁ ବଦଳି ହୋଇଛି। ୨୦୨୦ ମସିହା ଡିସେମ୍ବର ୩୧ ତାରିଖରେ ସେ ଓଡ଼ିଶାର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ।

Comments are closed.