ବ୍ରହ୍ମପୁର ଆଇଜର୍ ନିର୍ଦ୍ଦେଶକଙ୍କ ହୃଦଘାତରେ ବିୟୋଗ

ବ୍ରହ୍ମପୁର: ବ୍ରହ୍ମପୁର ଆଇଜର୍ ନିର୍ଦ୍ଦେଶକ ପ୍ରଫେସର କାଣ୍ଡାଲା ଭେଙ୍କଟରମଣ (କେଭିଆର୍) ଚାରୀଙ୍କ ଶୁକ୍ରବାର ଅପରାହ୍ନ ୩.୧୫ (ଭାରତୀୟ ସମୟ)ରେ ହୃଦଘାତରେ ଅକାଳ ବିୟୋଗ ଘଟିଛି। ସେ ବ୍ୟକ୍ତିଗତ କାର୍ଯ୍ୟରେ ଆମେରିକା ଯାଇଥିଲା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ପ୍ରଫେସର ଚାରୀ ବ୍ରହ୍ମପୁର ଆଇଜରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ୧୦.୧୦.୨୦୧୭ରୁ ଏଯାବତ୍ କାର୍ଯ୍ୟରତ ଥିଲେ। ତାଙ୍କ ନେତୃତ୍ଵରେ ନିକଟରେ ଏହି ଜାତୀୟସ୍ତରର ଉଚ୍ଚ ଶିକ୍ଷାନୁଷ୍ଠାନର ପ୍ରଥମ ସମାବର୍ତ୍ତନ ଉତ୍ସବ ସମ୍ପନ୍ନ ହୋଇଥିଲା। ସେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ୍ ସଦସ୍ୟ ମଧ୍ୟ ରହିଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶଙ୍କ ତତ୍ତ୍ୱାବଧାନରେ ଏକ ଶୋକସଭା ହୋଇଥିଲା। ପ୍ରଫେସର୍ ଚାରୀଙ୍କ ପତ୍ନୀ ଓ ଦୁଇ ପୁଅ ଅଛନ୍ତି।

Comments are closed.