ଗଞ୍ଜାମ ସୋରଳ ଜଙ୍କସନରୁ ୩ କେଜିରୁ ଅଧିକ ସୁନା ,୧୫୦ କେଜି ରୁପା ଜବତ

ବ୍ରହ୍ମପୁର -ତାମିଲନାଡୁରୁ ବ୍ରହ୍ମପୁର ବଡବଜାରକୁ ଚୋରାରେ ଚାଲାଣ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ସୋରଳ ଜଙ୍କସନ୍‌ରୁ ଜବତ କରିଛି ଗୋଳନ୍ଥରା ପୋଲିସ । ଏକ କାରରୁ ୩ କେଜିରୁ ଅଧିକ ସୁନା ଓ ୧୫୦ କେଜି ରୁପା ଜବତ କରିଛି ଗୋଳନ୍ଥରା ଥାନା ପୋଲିସ୍।

ବ୍ରହ୍ମପୁର ଏସପି ଡଃ. ଶର୍ବଣା ବିବେକ ଏମ. ସୂଚନା ଅନୁସାରେ ତାମିଲନାଡୁରୁ ବ୍ରହ୍ମପୁର ବଡ଼ ବଜାରକୁ ଏହି ସୁନା ଓ ରୁପା ଚାଲାଣ ହେଉଥିଲା। କାର୍‌ରେ ଲୁଚାଇ ଏହି ସୁନା ଓ ରୁପା ନିଆଯାଉଥିଲା। ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖାଯାଇଛି । ସମସ୍ତେ ତାମିଲନାଡୁର ବୋଲି ଜଣାପଡ଼ିଛି।

ପୋଲିସ୍ ଘଟଣା ସଂପର୍କରେ ପଚରାଉଚରା କରୁଥିବା ବେଳେ ଜିଏସଟି ଓ ଆଇଟି ଡିପାର୍ଟମେଣ୍ଟକୁ ମଧ୍ୟ ଅବଗତ କରିଛି। ଜିଏସଟି ଫାଙ୍କିବା ପାଇଁ ଏତେ ପରିମାଣର ସୁନା ଓ ରୁପାକୂ ଲୁଚାଇ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି।

Comments are closed.