ଛଦ୍ମବେଶରେ ବ୍ରହ୍ମପୁର ପୋଲିସର ଚଢ଼ଉ: ନଗଦ ୪ ଲକ୍ଷ ୨୫ ହଜାର ଜବତ, ୧୦ ଗିରଫ

ବ୍ରହ୍ମପୁର: ଆଉ ଏକ ବଡ଼ ଜୁଆ ଆଡ୍ଡା ଉପରେ ଚଢ଼ଉ। ମିଳିଲା ନଗଦ ୪ ଲକ୍ଷ ୨୫ ହଜାର ଟଙ୍କା, ୧୧ଟି ଦାମୀ ମୋବାଇଲ୍, ୩ଟି ବାଇକ୍। ଏକାଥରକେ କାବୁ ହେଲେ ୧୦ ଜୁଆଡି। ବ୍ରହ୍ମପୁର ପୋଲିସ ବେଆଇନ ଜୁଆ କାରବାର ବିରୋଧରେ ଏଭଳି ଆଉ ଏକ ସଫଳତା ହାସଲ କରିଛି। ବ୍ରହ୍ମପୁର ସଦର ଥାନା ପୋଲିସ ଛଦ୍ମ ବେଶରେ ରବିବାର ରାତିରେ ଖାରବେଳ ନଗର ତୃତୀୟ ଗଳିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ଏହି ସଫଳତା ପାଇଛି। ଜୁଆ ଖେଳ ସମ୍ପର୍କରେ ସୂଚନା ପାଇ ଏସପି ବା ସରବଣା ବିବେକ ଏମ୍ ଚଢ଼ଉ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଟିମ୍ ବେଶ ବଦଳାଇ ଉକ୍ତ ଜୁଆ ଆଡ୍ଡାକୁ ଘେରି ନେଇଥିଲା। ଗିରଫଙ୍କ ମଧ୍ୟରେ କିଛି ପ୍ରତିଷ୍ଠିତ ବ୍ୟବସାୟୀ ରହିଥିବା ସଦର ଥାନାଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

Comments are closed.