ଆସନ୍ତା ୧୭ରେ ହାଇଦ୍ରାବାଦରେ ‘ଓଡିଶା ଇନଭେଷ୍ଟର୍ସ ମିଟ’, ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ଚଳିତ ମାସ ୧୭ ତାରିଖରେ ରେ ହାଇଦ୍ରାବାଦରେ ହେବ ଓଡିଶା ଇନଭେଷ୍ଟର୍ସ ମିଟ୍ ହେବ। ଏହି ନିବେଶକ ସମ୍ମେଳନରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ମିଳନୀରେ ଯୋଗଦେବା ସହ ଶିଳ୍ପପତିଙ୍କ ସହ ୱାନ-ଟୁ- ୱାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ଫୋକସରେ ରହିବ ଆଇଟି କ୍ଷେତ୍ର। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଇଟି କ‍ମ୍ପାନିଗୁଡିକୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ନଭେମ୍ୱରରେ ହେବାକୁ ଥିବା ‘ମେକ ଇନ ଓଡିଶା’ କନକ୍ଲେଭ – ୩ ପାଇଁ କରିବେ ଆମନ୍ତ୍ରଣ । ନଭେମ୍ବର ୩୦ରୁ ଭୁବନେଶ୍ବରରେ ହେବ ମେକ ଇନ ଇଣ୍ଡିଆ କନକ୍ଲେଭ -୩ । ପୂର୍ବରୁ ଦୁବାଇ, ଦିଲ୍ଲୀ ମୁମ୍ବାଇ ଓ ବେଙ୍ଗାଲୁରୁରେ ଇନଭେଷ୍ଟର୍ସ ମିଟ ହୋଇସାରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଦେଶର ଶିଳ୍ପ କେନ୍ଦ୍ର ଭାବରେ ଗଢ଼ିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଶିଳ୍ପ ନୀତି ପ୍ରଣୟନ କରିଛନ୍ତି। ନିୟମିତ ବ୍ୟବଧାନର ‘ମେକ୍‍ ଇନ୍‍ ଓଡ଼ିଶା’ କନ୍‍କ୍ଲେଭ ଆୟୋଜନ କରି ନିବେଶକମାନଙ୍କୁ ଓଡ଼ିଶା ମୁହାଁ କରିବାରେ ସଫଳ ହୋଇଛନ୍ତି।

Comments are closed.