ବିଭିନ୍ନ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ବିଜେଡି ରାଜ୍ୟସଭା ସଦସ୍ୟ ସାମିଲ

ନୂଆଦିଲ୍ଲୀ – ବିଭିନ୍ନ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ବିଜେଡିର ରାଜ୍ୟସଭା ସଦସ୍ୟମାନଙ୍କୁ ସାମିଲ କରାଯାଇଛି । ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜଙ୍କୁ ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ସୁଲତା ଦେଓଙ୍କୁ ଶିଳ୍ପ, ନିରଞ୍ଜନ ବିଶିଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି, ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ବିଭାଗ ଷ୍ଟାଣ୍ଡିଂ କମିଟିରେ ସ୍ଥାନ ମିଳିଛି ।

ସସ୍ମିତ ପାତ୍ରଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ଭାବେ ସ୍ଥାନ ଦିଆଯାଇଛି।
ପ୍ରଶାନ୍ତ ନନ୍ଦଙ୍କୁ ରେଳବାଇ, ଅମର ପଟ୍ଟନାୟକଙ୍କୁ ଅର୍ଥ, ସୁଜିତ କୁମାରଙ୍କୁ ଗୃହ, ମୁଜିବୁଲ୍ଲା ଖାନଙ୍କୁ ଶକ୍ତି ଏବଂ ମମତା ମହାନ୍ତଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଷ୍ଟାଣ୍ଡିଂ କମିଟିରେ ସଦସ୍ୟତା ମିଳିଛି ।

Comments are closed.