ଲଘୁଚାପ ଦୁର୍ବଳ : ଆସନ୍ତାକାଲି ଯାଏଁ ଜାରି ରହିବ ବର୍ଷା

ଭୁବନେଶ୍ୱର – ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁବର୍ଳ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ କମିଛି । ତେବେ ଲଘୁଚାପ ସହ ଜଡ଼ିତ ଘୂର୍ଣ୍ଣିବଳୟ ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି । ଏହା ସହ ମୌସୁମୀ ନିମ୍ନ ଚାପରେଖା ମଧ୍ୟ ସକ୍ରିୟ ରହିଛି । ଏଥିଯୋଗୁଁ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ସକାଳ ସାଢ଼େ ୮ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ୧୬ଟି ଜିଲ୍ଳାକୁ ୟେଲୋ ଆଲର୍ଟ ଜାରି କରିଥିଲା ପାଣିପାଗ ବିଭାଗ । ଗଞ୍ଜାମ, ଗଜପତି ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । କାଲିଠୁ ବର୍ଷାର ବିସ୍ତୃତି ସହ ପରିମାଣ କମିବା ସମ୍ଭାବନା ରହିଛି ।

Comments are closed.