ବାମରା ବନଖଣ୍ଡ ପତ୍ରା ଜଙ୍ଗଲରୁ ଦୁଇ ହାତୀଙ୍କ ମୃତଦେହ ଠାବ

କୁଚିଣ୍ଡା – ରାଜ୍ୟରେ ପୁଣି ହାତୀ ମୃତ୍ୟୁ । ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ବଡ଼ରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲରୁ ୨ଟି ହାତୀର ମୃତଦେହ ମିଳିଛି। ଗୋଟିଏ ମାଈ ହାତୀ ଓ ଗୋଟିଏ ଦନ୍ତାହାତୀର ମୃତଦେହ ମିଳିଛି ।

ସୂଚନା ଅନୁସାରେ ଗତକାଲି ଦୁଇ ହାତୀ ଧାନ ଫସଲ ଖାଇବାକୁ ଆସିଥିଲେ। କ୍ଷେତରେ କୀଟ ନାଶକ ପଡ଼ିଥିବା ବେଳେ ହାତୀ ଦୁଇଟି ଏହି ଫସଲ ଖାଇଥିଲେ। ବିଷକ୍ରିୟା ଯୋଗୁ ହାତୀ ଦୁଇଟିର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଆଜି ସକାଳେ ହାତୀ ଦୁଇଟି ମରିପଡ଼ିଥିବା ଗାଁ ଲୋକେ ଦେଖିଥିଲେ। ଏନେଇ ଖବର ଦେବାପରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.