ବିଇଡି ଆଳରେ ଠକେଇ, ଯାଦବ ସେନା ରାଜ୍ୟ ସଭାପତି ଗିରଫ

ବରଗଡ଼ : ବରଗଡ଼ ଜିଲ୍ଲ‌ାର ବିଭିନ୍ନ ଅଂଚଳରୁ ପିଲାଙ୍କୁ ବିଇଡି କରାଇବା ପାଇଁ ଏଜେଣ୍ଟ ସାଜିଥିବା ବୀରେନ୍ଦ୍ର ବାଗ ଯାଦବକୁ ବରଗଡ଼ ଟାଉନ୍‌ ପୁଲିସ୍‌ ଠକେଇ ଅଭିଯୋଗରେ ଗିରଫ କରିଛି।

ଅଭିଯୋଗ ଅନୁସାରେ, ପ୍ରାୟ ୮ଜଣ ପିଲାଙ୍କ ଠା‌ରୁ ସେ ବିଇଡି ପାଠ୍ୟକ୍ରମ ପାଇଁ ୪ଟି ସେମିଷ୍ଟର ବାବଦକୁ ୬୦ ହଜାର ଟଙ୍କା ଲେଖାଏଁ ନେଇଥିଲେ। ଉକ୍ତ ପିଲାମାନେ ଆନ୍ଧ୍ରାସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନା ଶିକ୍ଷାନୁଷ୍ଠାନରେ ବିଇଡି ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ବୀରେନ୍ଦ୍ର ଏହାର ଏଜେଣ୍ଟ ସାଜିଥିଲେ। କିନ୍ତୁ ସେ ଟଙ୍କାତକ ଉକ୍ତ ଅନୁଷ୍ଠାନରେ ଜମା କରିନଥିଲେ। ଫଳରେ ପିଲାମାନେ ପରୀକ୍ଷା ଦେବା ଏବଂ ସାର୍ଟିଫିକେଟ୍‌ ପାଇବାରେ ସମସ୍ୟା ହୋଇଥିଲା।

ବୀରେନ୍ଦ୍ରଙ୍କୁ ଟଙ୍କା ମାଗିଲେ ସେ ବିଭିନ୍ନ ଆଳ ଦେଖାଇ ବର୍ଷେରୁ ଅଧିକ ସମୟ ଧରି ସେ ପିଲାଙ୍କୁ ଭୁଆଁ ବୁଲାଇ ଚାଲିଥିଲେ। ଶେଷରେ ସେ ଦିଲ୍ଲୀ ପଳାଇଥିଲେ। ଏନେଇ ପିଲାମାନେ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଦଶହରାରେ ଦିଲ୍ଲୀରୁ ଫେରିବା ପରେ ବୀରେନ୍ଦ୍ରଙ୍କୁ ଟାଉନ୍‌ ପୁଲିସ୍‌ ଗିରଫ କରିଥିଲା।

ପ୍ରକାଶ ଥାଉକି ବୀରେନ୍ଦ୍ର ପୂର୍ବରୁ ଅଧ୍ୟାପନା କରୁଥିଲେ। ସେ ଯାଦବସେନାର ରାଜ୍ୟ ସଭାପତି ଥିବାବେଳେ ରାଷ୍ଟ୍ରୀୟ ଜନଶକ୍ତି ପାର୍ଟିର ‌ସେ ରାଷ୍ଟ୍ରୀୟ ସଂପାଦକ ଥିବା ମଧ୍ୟ ଦାବି କରୁଛନ୍ତି ।

Comments are closed.