ସଡକ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ସମ୍ବଲପୁର : ଆଜି ରାତି ପ୍ରାୟ ସାଢେ ୯ଟାରେ ସମ୍ବଲପୁର ସହରର ବରେଇପାଲି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଚାଲି ଯାଇଛି। ଏଥିରେ ୨ ଜଣ ବାଇକ୍ ଆରୋହୀ ଥିବା ବେଳେ ଜଣେ ପଥଚାରୀ ବୃଦ୍ଧ ଅଛନ୍ତି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆଜି ରାତିରେ ହୀରାକୁଦରୁ ସନ୍ତୋଷ ନାୟକ ଏବଂ ପିୟୁଷ ରାଉତ ନାମକ ଦୁଇ ଯୁବକ ଏକ କେଟିଏମ୍ ବାଇକ୍ ଯୋଗେ ଦ୍ରୁତ ଗତିରେ ସମ୍ବଲପୁର ଅଇଁଠାପାଲି ପଟକୁ ଆସୁଥିଲେ। ପାଞ୍ଚଗଛିଆ ଛକ ନିକଟରେ ଜଣେ ବୃଦ୍ଧ ଜାତୀୟ ରାଜପଥକୁ ଅତିକ୍ରମ କରୁଥିବା ବେଳେ ଉଭୟ ବାଇକ୍ ଆରୋହୀ ପ୍ରଥମେ ବୃଦ୍ଧଙ୍କୁ ଧକ୍କା ଦେଇଥିଲେ। ଏହାପରେ ଉଭୟେ ରାସ୍ତାକଡରେ ଥିବା ଷ୍ଟ୍ରିଟ ଲାଇଟ୍ ଖୁଣ୍ଟରେ ପ୍ରବଳ ବେଗରେ ବାଡେଇ ହେବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତୁୟ ହୋଇଯାଇଥିଲା। ସେପଟେ, ବୃଦ୍ଧ ଜଣକ ମଧ୍ୟ ଗୁରୁତର ଆହତ ହୋଇଥିଲେ। ତିନି ଜଣଙ୍କୁ ବୁର୍ଲ। ମେଡିକାଲକୁ ନିଆଯାଇଥିବା ବେଳେ ସମସ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ହୀରାକୁଦ ସହରରେ ଶୋକର ଛାୟା ଖେଳିଯାଇଛି।

Comments are closed.