ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ: ଅକ୍ଟୋବର ୩୧ ସୁଦ୍ଧା ପ୍ରସ୍ତାବ ଦେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ବର – ଆସନ୍ତା ବିଧାନସଭା ଅଧିବେଶନରେ ଆଗତ ହେବ ୨୦୨୨-୨୩ ବର୍ଷ ଲାଗି ଅତିରିକ୍ତ ବଜେଟ । ଏ ନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ବିଭାଗ ଗୁଡିକୁ ଅତିରିକ୍ତ ବଜେଟ୍‍ ପ୍ରସ୍ତୁତି ନେଇ ମାର୍ଗଦର୍ଶିକା ଜାରି କରିଛନ୍ତି । ସମସ୍ତ ବିଭାଗ ଚଳିତ ମାସ ୩୧ ତାରିଖ ସୁଦ୍ଧା ସେମାନଙ୍କର ପ୍ରସ୍ତାବ ଦେବାକୁ କୁହାଯାଇଛି । ଆର୍ଥିକ ସ୍ଥିତି ନେଇ ଅର୍ଥ ସଚିବ କହିଛନ୍ତି ଯେ, ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭାରତର ଅର୍ଥନୀତିର ଅଭିବୃଦ୍ଧି ହାର 7 ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଓଡିଶାର ଅଭିବୃଦ୍ଧି ହାର 8 ପ୍ରତିଶତ ରହିବାର ଆଶା କରାଯାଉଛି । ଏ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟର ନିଜସ୍ବ ରାଜସ୍ବ ସଂଗ୍ରହ ୧୬ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ଗତବର୍ଷ ତୁଳନାରେ ଚଳିତବର୍ଷ ଅଗଷ୍ଟ ସୁଦ୍ଧା ବଜେଟ ବ୍ୟୟ ୨୮ପ୍ରତିଶତ ବଢିଛି ବୋଲି କହିଛନ୍ତି ଅର୍ଥ ସଚିବ ।

Comments are closed.