ଟଙ୍କା ନ ଦେବାରୁ ଜନ୍ମଦାତ୍ରୀଙ୍କୁ ହତ୍ୟା କଲା ପୁଅ

ଭଞ୍ଜନଗର – ସାମାନ୍ୟ କିଛି ଟଙ୍କା ପାଇଁ ଜନ୍ମଦାତ୍ରୀ ମାଆକୁ ହତ୍ୟା କଲା ପୁଅ। ଗଞ୍ଜାମ ଜିଲ୍ଲା ମାନସିଂହ ଥାନା ଗଜାପଦର ଗାଁରେ ଏଭଳି ବର୍ବର ଘଟଣା ଘଟିଛି । ୫୦ ବର୍ଷିୟା ମାଆ ମୃତ ତ୍ରିବେଣୀ ନାୟକଙ୍କୁ ହତ୍ୟା କରିଛି ପିଶାଚ ପୁଅ ।

ତ୍ରିବେଣୀଙ୍କୁ ପୁଅ ସନା ନାୟକ ଗତକାଲି ରାତିରେ ଟଙ୍କା ମାଗିଥିଲା। ମା’ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆଜି ସକାଳେ ତ୍ରିବେଣୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଘରେ ପଡ଼ିଥିବା ପଡୋଶୀ ଦେଖିଥିଲେ। ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସନା ନାୟକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

Comments are closed.