ରାଜ୍ୟର ପିଛା ଛାଡୁନି ବର୍ଷା, ୧୩ ତାରିଖ ଯାଏଁ ବର୍ଷିବ

ଭୁବନେଶ୍ବର -ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ମଧ୍ୟ ରାଜ୍ୟର ପିଛା ଛାଡୁନି ବର୍ଷା। ରାଜ୍ୟରେ ବର୍ଷା ଶେଷ ହେବାର ନାଁ ଧରୁ ନାହିଁ । ବାରମ୍ବାର ଘୂର୍ଣ୍ଣିବଳୟ ଯୋଗୁଁ ଏବେ ବି ସକ୍ରିୟ ରହିଛି ମୌସୁମୀ । ଆଗକୁ ଏମିତି କେତେ ଦିନ ପର୍ଯ୍ୟନ୍ତ ଏପରି ବର୍ଷା ଲାଗି ରହିବ, କେବେ ମୌସୁମୀ ଫେରିବ, ସେ ନେଇ ପାଣିପାଗ ବିଭାଗ ବି ଠିକ ଭାବେ ପୂର୍ବାନୁମାନ କରିପାରୁନାହିଁ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ହେଲେ ୫ ଦିନ ପରେ ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବାଲେଶ୍ବର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କତା ଜାରି ହୋଇଛି । ତେବେ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

Comments are closed.