ଭଞ୍ଜନଗର: ହାତୀ ପାଦ ତଳେ ଚାଷୀଙ୍କ ଜୀବନ ଗଲା

ଭଞ୍ଜନଗର: ନିଜ ଚାଷ ଜମିରେ ହିଁ ହାତୀ ଆକ୍ରମଣରେ ପବିତ୍ର ପାତ୍ର ନାମକ ଚାଷୀଙ୍କ ମୃତ୍ୟୁ ଘଟିଛି। ଶନିବାର ମଧ୍ୟରାତ୍ରରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ତାରାସିଂ ରେଞ୍ଜ୍ ଅନ୍ତର୍ଗତ କ୍ଷେତମୁଣ୍ଡଳୀ ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ପବିତ୍ର ରାତିରେ ନିଜ ଚାଷ ଜମିକୁ ଫସଲ ଦେଖିବାକୁ ଯାଇଥିବା ବେଳେ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ବାହାରିଥିବା ହାତୀଟିଏ ତାଙ୍କୁ ପାଦରେ ଦଳି ଦେଇଥିଲା। ଚାଷ ଜମିରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଉତ୍ତର ଘୁମୁସର ଡିଏଫ୍ଓ ସୁଦର୍ଶନ ବେହେରା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ମିଶି ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି। ତାରାସିଂ ଥାନା ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇଛି।

Comments are closed.