କାର ଧକ୍କାରେ କଦଳୀ ବ୍ୟବସାୟୀ ମୃତ, ଜଣେ ଆହତ

ଭୁବନେଶ୍ବର – ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଠେଲା ଗାଡ଼ିକୁ ଦ୍ରୁତଗାମୀ କାର ଧକ୍କା ଦେବାରୁ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଭଜମନ ରାଉତ ।

ସୂଚନା ଅନୁଯାୟୀ, ଭଜମନ ରାଉତ ଏବଂ ତାଙ୍କ ବନ୍ଧୁ କୁଳମଣି ରାଉତ ସକାଳେ କଦଳୀ ବିକିବା ପାଇଁ ମାର୍କେଟକୁ ଯାଉଥିବା ବେଳେ ରାଜମହଲ ପଟୁ ଦ୍ରୁତଗତିରେ ଆସୁଥିବା ଏକ କାର କଳ୍ପନା ଛକ ତାରିଣୀ ବସ୍ତ୍ରାଳୟ ସାମ୍ନାରେ ଠେଲାକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୋକାନୀଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ । ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି ।

Comments are closed.