କୁମାର ପୂର୍ଣ୍ଣିମାରେ ରାଜରାଜେଶ୍ଵରୀ ବେଶରେ ମାଁ ସମଲେଶ୍ବରୀ

ସମ୍ବଲପୁର: ଆଜି ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ସମ୍ବଲପୁରର ଆରାଧ୍ଯ ଦେବୀ ମାଁ ସମଲେଶ୍ବରୀ ଭକ୍ତଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶ ଦେଖିବାକୁ ଆଜି ମନ୍ଦିରରେ ଭକ୍ତମାନଙ୍କ ଭିଡ ଲାଗି ରହିଛି। ସେପଟେ ଆଜି ମାଁଙ୍କ ମନ୍ଦିର ଚୂଡାରେ ନୂତନ ଧ୍ବଜାରୋହଣ କରାଯାଇଛି।

ଏଥିପାଇଁ ଆଜି ପ୍ରାତଃ ୫ ଟାରେ ମଙ୍ଗଳ ଆଳତୀ ଅନୁଷ୍ଠିତ ହୋଇ ସାଢେ ୫ ଟାରୁ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ଯାଇଥିଲା।

ସେହିପରି ପୂର୍ବାହ୍ନ ୧୧:୪୫ ରୁ ଅପରାହ୍ନ ୧୨:୩୦ ପର୍ଯ୍ୟନ୍ତ ମାଙ୍କ ନିକଟରେ ଅନ୍ନ ଭୋଗ ଅର୍ପଣ ପାଇଁ ଦର୍ଶନ ବନ୍ଦ ରହିଥିଲା। ସେହିପରି ଅପରାହ୍ନ ୩ ଟା ରୁ ୪:୩୦ ପର୍ଯ୍ୟନ୍ତ ମା ସମଲେଶ୍ୱରୀଙ୍କ ରାଜ ରାଜେଶ୍ୱରୀ ବେଶ ପାଇଁ ଦର୍ଶନ ବନ୍ଦ ରହିଥିଲା। ଆଉ ମାଙ୍କୁ ରାଜରାଜେଶ୍ଵରୀ ବେଶରେ ସଜ୍ଜିତ କରିବା ପରେ ଅପରାହ୍ନ ୪:୩୦ ରୁ ଭକ୍ତଙ୍କ ପାଇଁ ଦ୍ବାର ଖୋଲାଯାଇଥିଲା। ଏହି ବେଶ ଦର୍ଶନ କରିବାକୁ ଦ୍ବାର ଖୋଲିବାର ଦୀର୍ଘ ସମୟ ପୂର୍ବରୁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିଲା। ତେବେ ସନ୍ଧ୍ୟା ୭:୩୦ ଟା ରୁ ରାତ୍ର ୯:୩୦ ପର୍ଯ୍ୟନ୍ତ ସନ୍ଧ୍ୟା ଆଳତି, ଧ୍ଵଜା ଆରୋହଣ ଓ ଅନ୍ନ ଭୋଗ ଲାଗି ପାଇଁ ଦର୍ଶନ ବନ୍ଦ ରଖିଯାଇଛି। ଆଉ ରାତ୍ର ୯:୩୦ ରୁ ରାତ୍ର ୧୧:୦୦ ପର୍ଯ୍ୟନ୍ତ ମାଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ ପାଇଁ ମନ୍ଦିର ଖୋଲା ରହିଛି। ଏହି ବେଶରେ ମାଁ ତ୍ରିଭୁବନ ସୁନ୍ଦରୀ ରୂପ ଧାରଣ କରିଛନ୍ତି। ବିଭିନ୍ନ ଅଳଙ୍କାରରେ ସୁଶୋଭିତ ହୋଇ ମାଁଙ୍କ ରୂପ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି।

Comments are closed.