ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ଧରାପଡିଲେ ଭୁବନେଶ୍ବର ଜିପିଏଫ ଡିଭିଜିନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍

ଭୁବନେଶ୍ବରରେ ଥିବା ସାମଲଙ୍କ କାର୍ଯ୍ୟାଳୟ ସହ ବାସଭବନ ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଚଢ଼ାଉ ବେଳେ କଟକ ସିଡିଏ ସେକ୍ଟର ୭ର ପ୍ଲଟ ନମ୍ବର ଇ/୧୨୨ରେ ଥିବା ତିନିମହଲା କୋଠା, ସାଲେପୁର ଚମ୍ପତିପାଟଣାରେ ଏକ ମହଲା କୋଠା ଠାବ ହୋଇଛି । ଜଟଣୀରେ ଥିବା ଏକ ଫ୍ଲାଟ୍ ଓ ଜଗତସିଂହପୁର କୁଜଙ୍ଗ ନିକଟ ଗଣ୍ଡକିପୁରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ । ଚଢ଼ାଉରେ ୩ ଡିଏସପି, ୧୧ ଇନ୍ସପେକ୍ଟର, ୨ ସବ୍ ଇନ୍ସପେକ୍ଟରଙ୍କ ସହ ୫ ଜଣ ଏଏସଆଇ ସାମିଲ ହୋଇଛନ୍ତି ।

Comments are closed.