ପୁନେଇଁ ଜହ୍ନ ଆଲୁଅରେ ପ୍ରକୃତିପ୍ରେମୀ ନବୀନଙ୍କ ସାଂଧ୍ୟ ଭ୍ରମଣ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରଳ ଓ ନମ୍ର ବ୍ୟକ୍ତିତ୍ୱ ଭାବେ ପରିଚିତ । ସେ ଜଣେ ପ୍ରକୃତିପ୍ରେମୀ ଭାବେ ବି ଜଣାଶୁଣା। ରବିବାର କୁମାର ପୂର୍ଣ୍ଣିମା ଅବସରରେ ନବୀନଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌‌ ଚର୍ଚ୍ଚିତ ହୋଇଛି । ଭିଡିଓଟିରେ ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ନବୀନ ନିବାସରେ ଖୋଲା ଆକାଶ ତଳେ ନିରୋଳା ବାତାବରଣ ମଧ୍ୟରେ ପ୍ରକୃତିକୁ ଉପଭୋଗ କରୁଥିବାର ଦେଖାଯାଉଛି। ମୁଖ୍ୟମନ୍ତ୍ରୀ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ସାଙ୍ଗରେ ତାଙ୍କର ବ୍ୟକ୍ତିଗତ ସଚିବ ଭି. କେ. ପାଣ୍ଡିଆନ ମଧ୍ୟ ଅଛନ୍ତି । ଜହ୍ନ ଆଲୋକ ତଳେ ନବୀନ ପ୍ରକୃତିକୁ ଏପରି ଉପଭୋଗ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ପ୍ରଶଂସିତ ହେଉଛି ।

Comments are closed.